ବେଲ୍‌ଦା ବିଟ୍‌ର ବନରକ୍ଷୀ ମିତ୍ରଭାନୁ

କେନ୍ଦୁଝର: ସାଧାରଣ ବନରକ୍ଷୀ ହେଲେ ବି କାମ ତାଙ୍କର ମହାନ। ୨୦ ହେକ୍ଟର ଜମିରେ ଜଙ୍ଗଲ ସୃଷ୍ଟିକରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି କେନ୍ଦୁଝର ଜିଲ୍ଲା ବେଲ୍‌ଦା ବିଟ୍‌ର ବନରକ୍ଷୀ ମିତ୍ରଭାନୁ ନାଏକ। ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠାକୁ ସମ୍ମାନ ଜଣାଇ ବନ ବିଭାଗ ଉପରିସ୍ଥ ଅଧିକାରୀ ଉକ୍ତ ଜଙ୍ଗଲକୁ ‘ମିତ୍ରଭାନୁ ବନ’ ନାମରେ ନାମକରଣ କରି ବିରଳ ଉଦାହରଣ ସୃଷ୍ଟି କରିଛନ୍ତିଯାହାକି ରାଜ୍ୟରେ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ।

କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ ବାଉରିପଦା ପଞ୍ଚାୟତ ମହାଦେଈପୁର ଗାଁ ପାଖରେ ପ୍ରାୟ ୭୦ ହେକ୍ଟର ଜମି ପଡ଼ିଆ ପଡ଼ିଥିଲା। ଏଠାରେ କୌଣସି ଗଛ ଉଠୁ ନଥିଲା। ଏହି ଜମି ବନ ବିଭାଗର ବେଲ୍‌ଦା ବିଟ୍‌ ଅଧୀନରେ ଥିଲା। ୨୦୨୧-୨୨ରେ ଏଠାରେ ଜଙ୍ଗଲ ସୃଷ୍ଟି କରିବାପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଥିଲା। ଏଥିପାଇଁ ବନରକ୍ଷୀ ମିତ୍ରଭାନୁ ନାଏକ ନିକଟସ୍ଥ ମହାଦେବପୁର ଏବଂ ପୋଟଳ ଗାଁକୁ ଯାଇ ଲୋକଙ୍କୁ ବୁଝାଇବା ସହ ସଭାସମିତି କରି ଗଛ ଲଗାଇବା ପାଇଁ ମନେଇବାରେ ସଫଳ ହୋଇଥିଲେ।କିଛିମାସ ତଳେ ବନ ବିଭାଗର ବରିଷ୍ଠ ଅଧିକରୀଙ୍କୁ ନେଇ ଗଠିତ ଏକ ଦଳ ଏହି ନୂଆ ଜଙ୍ଗଲ ବୁଲିବା ପାଇଁ ଆସିଥିଲେ। ଏପରି ଏକ ନିଆରା ଫଳ ଜଙ୍ଗଲ ସୃଷ୍ଟି କରିବା ପଛରେ କାହାର କେତେ ଭୂମିକା ରହିଛି ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଆଲୋଚନା ବେଳେ ଖୋଦ୍‌ ଡିଏଫ୍‌ଓ ଏଚ୍‌ଡି ଧନରାଜ ବନରକ୍ଷୀ ମିତ୍ରଭାନୁ ନାଏକଙ୍କ ପାଇଁ ଫଳ ଜଙ୍ଗଲ ସୃଷ୍ଟି ହୋଇପାରିଛି ବୋଲି ପିସିସିଏଫ୍‌ ଏବଂ ଆର୍‌ସିସିଏଫ୍‌ଙ୍କୁ ଜଣାଇଥିଲେ। ଏହାପରେ, ବନ ବିଭାଗର ଉଚ୍ଚ ପଦାଧିକାରୀଙ୍କ ନିର୍ଦେଶକ୍ରମେ ଏହି ଜଙ୍ଗଲର ନାମ ମିତ୍ରଭାନୁ ନାଏକଙ୍କ ନାମରେ ‘ମିତ୍ରଭାନୁ ବନ’ ଭ‌ାବେ ନାମିତ କରାଯାଇଛି।
‘ଏ ସମ୍ପର୍କରେ ଡିଏଫ୍‌ଓ ଏଚ୍‌ଡି ଧନରାଜ କହିଛନ୍ତି, ସାଧାରଣତଃ ତଳିଆ କର୍ମ