ଆନ୍ତର୍ଜାତୀୟ ପକ୍ଷୀ ଦିବସ

ଭୂଇଁ କୁ ଛୁଇଁଲେ ପକ୍ଷୀ ମାନଙ୍କର ଅକସ୍ମାତ ଭାବେ…..

ଆନ୍ତର୍ଜାତୀୟ ପକ୍ଷୀ ଦିବସ ପକ୍ଷୀ ମାନେ ସବୁଦିନ ପାଳନ୍ତି,
ମଣିଷ ଅଧିନ ପକ୍ଷୀମାନେ ଖାଲି ସବୁଦିନ ବନ୍ଦୀ ହୋଇରହନ୍ତି।
ଭୂଇଁ କୁ ଛୁଇଁଲେ ପକ୍ଷୀ ମାନଙ୍କର ଅକସ୍ମାତ ଭାବେ ବିପଦ ଆସେ,
ଭକ୍ଷକ ଶିକାରୀ ମଣିଷ ମାରନ୍ତି ତାଙ୍କୁ ମାରି ମାଂସ ଖାଇବା ଆଶେ।
ସେଇମାନଙ୍କୁ ହିଁ ପରାମର୍ଶ ଅଵା ସଚେତନ ପାଇଁ ସ୍ବତନ୍ତ୍ର ଦିନ,
ଆନ୍ତର୍ଜାତୀୟ ପକ୍ଷୀ ଦିବସ କୁ ପାଳନ୍ତି କେବଳ ଗୋଟିଏ ଦିନ।
ତାହା ବି କେବଳ ଲୋକ ଦେଖାଣିଆଁ କ୍ଵଚିତ ଦୟାଳୁ ମଣିଷ ଥାନ୍ତି,
ପକ୍ଷୀଙ୍କ ଜୀବନ ରକ୍ଷା କରିବାକୁ ପ୍ରାଣପଣେ ନିଜେ ଚେଷ୍ଟା କରନ୍ତି।
ଯେଉଁମାନେ ପକ୍ଷୀ ପଞ୍ଜୁରୀରେ ରଖି କଥା କହିବାକୁ ଶିଖେଇ ଥାନ୍ତି,
ଅନୁକରଣରେ କିଛି କଥା କହିବାକୁ ପକ୍ଷୀ ମାଲିକଙ୍କୁ ମନେଇଥାନ୍ତି।

କଥା ନମାନିଲେ ମାଡ ଖାଇପାରେ ଖାଇବାକୁ ମଧ୍ୟ ନପାଇ ପାରେ,
ଅଵା ପଞ୍ଜୁରୀରେ ଅବହେଳା ପାଇଁ ଆଉ କାହିଁ ବିକ୍ରି ହୋଇ ଵି ପାରେ।
କିଛି ଲୋକ କହିଥାନ୍ତି ପକ୍ଷୀ ପରା ରାମନାମ ଶିଖି ମୁକ୍ତି ପାଇବ,
ପଞ୍ଜୁରୀରେ ବନ୍ଦୀ ଜୀବନ ବିତାଇ ପକ୍ଷୀ ଜୀବନରୁ ମଣିଷ ହେବ।
ସତେ କି ସେମାନେ ଅନେକ ପକ୍ଷୀଙ୍କୁ ମଣିଷ ଜୀବନ ଦେଇଅଛନ୍ତି,
ସେଇଭଳି ନିଶ୍ଚିତତା ଦେଇ ଦେଇ ପ୍ରଶ୍ନକର୍ତ୍ତାଙ୍କୁ ହିଁ ମନେଇଥାନ୍ତି।
କେବଳ ନିଜର କୃତିତ୍ୱ ଦେଖାନ୍ତି ମୋ ଚଢେଇଟି କଥା କହୁଛି,
ମୁଁ ଶିଖେଇଛି ମୋ ଵାହାଦୁରୀ ସଭିଙ୍କ ଆଗରେ ଦେଖେଇ ଥାନ୍ତି।
ସେଥିପାଇଁ ସରକାର ଜଙ୍ଗଲରେ କଟକଣା ମାନ ରଖିଅଛନ୍ତି,
କାହା ସ୍ବାଧିନତା କ୍ଷୁର୍ଣ୍ଣ କରିବାଟା ଅପରାଧ ବୋଲି ଗଣା କରନ୍ତି।
ସେଥିପାଇଁ ସମସ୍ତଙ୍କୁ ଅନୁରୋଧ ନିଜର ଜୀବନ ଯେତିକି ମୂଲ୍ୟ,
ଯେକୌଣସି ପଶୁପକ୍ଷୀଙ୍କ ଜୀବନ ମଣିଷ ଭଳିଆ ସେତିକି ତୁଲ।
ଗୋଟିଏ ଦିବସ ମନାଇବା ଅର୍ଥ ସବୁଦିନ ସଚେତନ ରହିବା,
ସମଭାବାପନ୍ନ ନିୟମକୁ ଧରି ସମସ୍ତଙ୍କୁ ସ୍ବାଧୀନତା ବାଣ୍ଟିବା..