ନବୀନଙ୍କ ଦୁର୍ନୀତି ମହାମନ୍ତ୍ର: ଖାଆନ୍ତୁ, ଖୁଆନ୍ତୁ, ଆରାମରେ ରୁହନ୍ତୁ

ବିଲେଇ ଭଳି ଆଖି ବୁଜି ଟଙ୍କା ସାଉଁଟୁଥିଲେ ନବରଙ୍ଗପୁର ଜିଲ୍ଲାର ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ । ମାତ୍ର ତାଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଚିଲ ଦୃଷ୍ଟି ପଡ଼ିଥିବା ଜାଣି ପାରିଲେନି । ବେଳକାଳ ଉଣ୍ଡି ଭିଜିଲାନ୍ସ ଟିମ୍‌ ପ୍ରଶାନ୍ତଙ୍କ ଠିକଣା ଜାଗାରେ ଚଢ଼ଉ କରି ଆୟବହିର୍ଭୂତ ସଂପତି ଠାବ କରିଚନ୍ତି । ଅଭିଯୁକ୍ତ ପ୍ରଶାନ୍ତ ରାଉତଙ୍କ ଘରୁ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ ବାହାରୁଥିଲା । ଟଙ୍କା ଗଣିବା ମେସିନ୍‌ ଆଣି ଟଙ୍କା ଗଣିଥିଲା ଭିଜିଲାନ୍ସ ।

ଭିଜିଲାନ୍ସ ଅଧିକାରୀ ପ୍ରଶାନ୍ତଙ୍କର ସରକାରୀ ବାସଭବନ, ଅଫିସ, ଭଦ୍ରକରେ ଅବସ୍ଥିତ ପୈତୃକ ଘର, ଭୁବନେଶ୍ୱରର କାନନ ବିହାରସ୍ଥିତ ଘର ସମେତ ୯ଟି ଠିକଣାରେ ଏକକାଳୀନ ଚଢ଼ଉ କରିଥିଲେ । ସୁନ୍ଦରଗଡ଼ର ବିଶ୍ରା ବ୍ଲକରେ ବିଡିଓ ଭାବେ କାମ କରୁଥିବା ସମୟରେ ବିରିପାଣି ପଂଚାୟତର ଜଣେ ଅଧିକାରୀଙ୍କ ନିକଟରୁ ୧ ଲକ୍ଷ ଟଙ୍କା ଲାଂଚ ନେଉଥିବା ସମୟରେ ଭିଜିଲାନ୍ସ ଧରିଥିଲା ।