ବୋଇଂ ଅଧ୍ୟକ୍ଷ ତଥା ସିଇଓ ଡେଭିଡ୍ ଏଲ୍‌. କାଲହୋନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପିଆଇବି, ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଜୁନ୍ ୨୩ରେ ୱାଶିଂଟନ୍ ଡିସିରେ ବୋଇଂର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ଡେଭିଡ୍ ଏଲ୍ କାଲହୋନଙ୍କୁ ଭେଟିଛନ୍ତି ।

ଭାରତରେ ବିମାନ କ୍ଷେତ୍ରରେ ବୋଇଂର ବ୍ୟାପକ ଉପଲବ୍ଧତା ଉପରେ ପ୍ରଧାନମନ୍ତ୍ରୀ ଏବଂ କାଲହୋନ ଚର୍ଚ୍ଚା କରିଥିଲେ, ଯେଉଁଥିରେ ବିମାନର ରକ୍ଷଣାବେକ୍ଷଣ, ମରାମତି, ଓଭରହଲ୍ (ଏମଆରଓ) ଆଦି ସାମିଲ ଥିଲା । ଭାରତରେ ମହାକାଶ ଗବେଷଣା ଉପକରଣ ଉତ୍ପାଦନ କ୍ଷେତ୍ରରେ ନିବେଶ କରିବାକୁ ପ୍ରଧାନମନ୍ତ୍ରୀ ବୋଇଂକୁ ଆମନ୍ତ୍ରଣ କରିଥିଲେ ।