ସମନ ଗ୍ରହଣ କଲେ ରକୁଲ ପ୍ରୀତ୍

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ପଠାଇଥିବା ସମନକୁ ଗ୍ରହମ କରିଛନ୍ତି ଅଭିନେତ୍ରୀ ରକୁଲ ପ୍ରୀତ୍ ସିଂ। ଆସନ୍ତାକାଲି (ଶୁକ୍ରବାର) ସେ ପଚରାଉଚରା ଲାଗି ଏନସିବି ନିକଟରେ ହାଜର ହେବେ। ଦୀପିକା ପାଦୁକୋନଙ୍କୁ ମଧ୍ୟ ଆସନ୍ତାକାଲି ହାଜର ହେବାକୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଗତକାଲି ଏନସିବି ରକୁଲ ପ୍ରୀତ ସିଂ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ ଏବଂ ଦୀପିକା ପାଦୁକୋନଙ୍କ ସମେତ ମୋଟ ୭ ଜଣଙ୍କୁ ଡ୍ରଗ୍ସ ଲିଙ୍କ ମାମଲାରେ ସମନ ଜାରି କରିଛି। ତେବେ ମୁମ୍ବାଇ କିମ୍ବା ହାଇଦ୍ରାବାଦରେ ରକୁଲଙ୍କ ନିକଟକୁ କୌଣସି ସମନ ଚିଠି ଆସିଥିବା ତାଙ୍କ ଟିମ୍ ପକ୍ଷରୁ କୁୁହାଯାଇଥିଲା। ଏନେଇ ଏନସିବି ଅଧିକାରୀ ମଧ୍ୟ ମୁହଁ ଖୋଲିଥିଲେ। ହେଲେ ଆଜି ସମନ ନୋଟିସ ପାଇଥିବା ସ୍ୱୀକାର କରିଛନ୍ତି ରକୁଲ୍।

ଆଜି ସିମୋନ ଖମ୍ବାଟା ଏନସିବି ନିକଟରେ ହାଜର ହୋଇଛନ୍ତି। ଆସନ୍ତାକାଲି ଦୀପିକା ଏବଂ ରକୁଲ ହାଜର ହେବେ। ସେହିପରି ୨୬ ତାରିଖରେ ସାରା ଏବଂ ଶ୍ରଦ୍ଧାଙ୍କୁ ହାଜର ଲାଗି ନୋଟିସ୍ ମିଳିଛି। ରିୟା ଚକ୍ରବର୍ତ୍ତୀଙ୍କ ବୟାନ ଆଧାରରେ ଏ ସମସ୍ତଙ୍କୁ ରାଡ଼ାରକୁ ଆଣିଛି ଏନସିବି। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ ଲିଙ୍କରେ ଭାଇ ସୌଭିକଙ୍କ ସହ ଫସିଛନ୍ତି ରିୟା ଏବଂ ଅନ୍ୟ ୪ ଜଣ। ଜାମିନ ନାମଞ୍ଜୁର ହେବାପରେ ସମସ୍ତେ ଜେଲରେ ଅଛନ୍ତି।