ଆରଆଇକୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍

କେନ୍ଦୁଝର: ଭିଜିଲାନ୍ସ ଜାଲରେ ବଡ଼ବିଲ ତହସିଲଅନ୍ତର୍ଗତ ବିଲେଇପଦା ଆରଆଇ । ବିଲେଇପଦା ଆରଆଇ ପିର୍ ଖାନ ଜମିପଟ୍ଟା କରାଇଦେବା ବାବଦକୁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଯୋଡ଼ା ବ୍ଳକ ଦେଓଝର ପଞ୍ଚାୟତ ମୁର୍ଗାବେଡା ଅଞ୍ଚଳର ଦୁବୁରାଜ ହେମ୍ରମ ଅନଲାଇନରେ ଜମିପଟ୍ଟା ଆବେଦନ କରିବାପରେ ବି ଜମିପଟ୍ଟା ପାଇପାରୁନଥିଲେ । ଏନେଇ ବିଲେଇପଦା ଆର ଆଇଙ୍କ ନିକଟରେ ବହୁବାର ନେହୁରା ହୋଇଥିଲେ । ତେବେ ଜମି ପଟ୍ଟା କରାଇଦେବା ପାଇଁ […]

କେନ୍ଦୁଝର: ଭିଜିଲାନ୍ସ ଜାଲରେ ବଡ଼ବିଲ ତହସିଲଅନ୍ତର୍ଗତ ବିଲେଇପଦା ଆରଆଇ । ବିଲେଇପଦା ଆରଆଇ ପିର୍ ଖାନ ଜମିପଟ୍ଟା କରାଇଦେବା ବାବଦକୁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଯୋଡ଼ା ବ୍ଳକ ଦେଓଝର ପଞ୍ଚାୟତ ମୁର୍ଗାବେଡା ଅଞ୍ଚଳର ଦୁବୁରାଜ ହେମ୍ରମ ଅନଲାଇନରେ ଜମିପଟ୍ଟା ଆବେଦନ କରିବାପରେ ବି ଜମିପଟ୍ଟା ପାଇପାରୁନଥିଲେ ।

ଏନେଇ ବିଲେଇପଦା ଆର ଆଇଙ୍କ ନିକଟରେ ବହୁବାର ନେହୁରା ହୋଇଥିଲେ । ତେବେ ଜମି ପଟ୍ଟା କରାଇଦେବା ପାଇଁ ସେ ଦୁବୁରାଜ ହେମ୍ରମଙ୍କ ଠାରୁ ୫୦ହାଜର ଟଙ୍କା ଦାବି କରିଥିଲେ । ଏନେଇ ଦୁବୁରାଜ, କେନ୍ଦୁଝର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ।

ଯୋଜନା ମୁତାବକ ଆରଆଇ ପିର୍ ଖାନ ନିଜ କାର୍ୟ୍ୟାଳୟରେ ଦୁବୁରାଜଙ୍କ ଠାରୁ ୨୦ ହଜାର ଟଙ୍କା ଅଗ୍ରୀମ ଲାଞ୍ଚ ନେଉଥିଲାବେଳେ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା । ରଙ୍ଗେ ହାତ୍ ଧରିବାପରେ ଭିଜିଲାନ୍ସ ଟିମ୍ ଆର ଆଇଙ୍କୁ ନିଜ ହେପାଜତରେ ନେଇ ତଦନ୍ତ ଜାରୀ ରଖିଛନ୍ତି ।

ବଡ଼ବିଲ ତହସିଲ କଲୋନୀ ସ୍ଥିତ ତାଙ୍କ ସରକାରୀ ବାସଭବନ ଏବଂ ତେଲକୋଇ ସ୍ଥିତ ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯାଉଛି ବୋଲି ସୂଚନା ରହିଛି ।