୬୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ୬୦୦ କୋଟି ଟଙ୍କାର ଡ୍ରଗ୍ସକୁ ଜବତ କରିଛି ଗୁଜୁରାଟ ଏଟିଏସ । ଏହି ଡ୍ରଗ୍ସ ଗୁଜୁରାଟର ମୋରବୀ ଜିଲ୍ଲାରୁ ଜବତ କରାଯାଇଛି । ସୂଚନା ଅନୁଯାୟୀ, ପ୍ରାୟ ୧୨୦ କିଲୋଗ୍ରାମର ଡ୍ରଗ୍ସ ଜବତ କରାଯାଇଛି ଯାହା ଆନୁମାନିକ ମୂଲ୍ୟ ୬୦୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ପାକିସ୍ତାନର ଡ୍ରଗ୍ସ ମାଫିଆ ଖାଲିଦ ବକ୍ସଙ୍କ ଏହି ଡ୍ରଗ୍ସ କାରବାରରେ ହାତ ଥିବା କୁହାଯାଉଛି  ।

ପାକିସ୍ତାନରୁ ଏହି ଡ୍ରଗ୍ସ ଭାରତକୁ ଚୋରାଚାଲାଣ କରାଯାଉଥିଲା  ।  ୬୦୦ କୋଟି ଟଙ୍କାର ଡ୍ରଗ୍ସ ସହ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।