ଖୋଲିଲା ସାବରୀମାଳା ମନ୍ଦିର

ଥିରୁଅନନ୍ତପୁରମ : ଖୋଲିଲା ସାବରୀମାଳା ମନ୍ଦିର । ଏବେ ଭକ୍ତମାନେ ମନ୍ଦିରରେ ଦର୍ଶନ ଓ ପୂଜା କରିପାରିବେ । ମନ୍ଦିରରେ ପ୍ରବେଶ ପୂର୍ବରୁ ଭକ୍ତଙ୍କୁ କୋଭିଡ ଗାଇଡଲାଇନ ମାନିବାକୁ ପଡିବ । ଏହି ମନ୍ଦିରରେ ଭଗବାନ ଅୟପ୍ପାଙ୍କୁ ପୂଜା କରାଯାଏ । ମନ୍ଦିର ୪୧ ଦିନିଆ ମଣ୍ଡଳା ପୂଜା କାର୍ଯ୍ୟକ୍ରମ ପାଇଁ ଖୋଲାଯାଇଛି । ଏହି ଉତ୍ସବ ଆସନ୍ତା ଡିସେମ୍ବର ୨୬ରେ ଶେଷ ହେବ । ଏହାପରେ ଡିସେମ୍ବର ୩୦ରେ ମନ୍ଦିର ପୁଣି ଖୋଲାଯିବ ।

କରୋନା ଗାଇଡଲାଇନକୁ ଦୃଷ୍ଟିରେ ରଖି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ ରବିବାର ଦିନ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ କରୋନା ଭାଇରସ ରୋକିବାକୁ ତୀର୍ଥଯାତ୍ରୀଙ୍କ ପାଇଁ ସବୁ ବ୍ୟବସ୍ଥା କରିଛି । ଅଧିକାରୀ କହିଛନ୍ତି ଯେ କୋଭିଡର ଦୁଇଟି ଡୋଜ ଟିକା ନେଇଥିବା ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିବା ସହ ଭକ୍ତଙ୍କ କରୋନା ନେଗେଟିଭ ରିପୋର୍ଟ ଜରୁରୀ ବୋଲି ସେ କହିଛନ୍ତି । ଶ୍ରଦ୍ଧାଳୁ ନିଜ ସହ ନିଜ ପରିଚୟ ପତ୍ର ଆଣିବା ମଧ୍ୟ ଅନିବାର୍ଯ୍ୟ । ମଣ୍ଡଳା-ମକରବିଲକ୍କୁ ଉତ୍ସବକୁ ଦୃଷ୍ଟିରେ ରଖି ମନ୍ଦିର ଓ ଆଖପାଖ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।