ଆଇସିସି ଟି-୨୦ ଶ୍ରେଷ୍ଠ ପ୍ଲେଇଂ ୧୧ରେ ବାବର ଅଧିନାୟକ

ଦୁବାଇ: ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ ବିଜୟ ସହ ଟ୍ରଫି ହାସଲ କରିଛି । ଏବେ ଆଇସିସି ଟି-୨୦ ବିଶ୍ୱକପର ଶ୍ରେଷ୍ଠ ପ୍ଲେଇଂ ୧୧ ବାଛିଛି । ଏଥିରେ ପାକିସ୍ତାନୀ ଖେଳାଳି ବାବର ଆଜମଙ୍କୁ ଅଧିନାୟକ କରାଯାଇଛି । ଏହି ପ୍ଲେଇଂ ଏକାଦଶ ବ୍ୟତୀତ ଦ୍ୱାଦଶ ଖେଳାଳି  ଚୟନ କରାଯାଇଛି  । ଏଥିରେ ଜଣେ ହେଲେ ଭାରତୀୟ ଖେଳାଳିଙ୍କ ନାଁ ନଥିବା ଜଣାପଡିଛି । 

ସୂଚନାଯୋଗ୍ୟ, ଆଇସିସିର ଏକ ଚୟନ କମିଟି ଏହି ତାଲିକା ପ୍ରସ୍ତୁତ କରିଛି । ଏଥିରେ ଇୟାନ ବିସପ, ଏ ଜର୍ମାନାନ୍ସ, ସେନ ୱାଟସନ, ଏଲ ବୁଥ, ସାହିଦ ହାସମୀ ସମେତ ଅନ୍ୟ ବିଶେଷଜ୍ଞ ସାମିଲ ଥିଲେ  ।