SBI ଏଟିଏମ ଭାଙ୍ଗି ୨୨ ଲକ୍ଷ ୧୭ ହଜାର ଲୁଟ୍ ଘଟଣା: ଧରାପଡିଲେ ୩ ଅଭିଯୁକ୍ତ, ୪ ଫେରାର

ବରପଦା: ଗତ ଅକ୍ଟୋବର ୩ ତାରିଖ ମଧ୍ୟରାତିରେ ଗଁଦିଆ ଥାନା ବରପଦା ଶ୍ରୀରାମଚନ୍ଦ୍ରପୁର ନିକଟରେ ଥିବା ଏସବିଆଇ ଏଟିଏମ ଲୁଟ ଘଟଣାର ପର୍ଦାଫାଶ ହୋଇଛି । ଏଥିରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୪ ଅଭିଯୁକ୍ତ ଫେରାର ଅଛନ୍ତି । ସେଦିନ ରାତିରେ ଏଟିଏମ ମେସିନ ଭାଙ୍ଗି ଦୁର୍ବୃତ୍ତମାନେ ୨୨ ଲକ୍ଷ ୧୭ ହଜାର ୯୦୦ ଟଙ୍କା ଲୁଟି ନେଇଥିଲେ ।

ଧରାପଡ଼ିଥିବା ଅଭିଯୁକ୍ତ ମାନଙ୍କ ଠାରୁ ୨ ଲକ୍ଷ ୫୬ ହଜାର ଟଙ୍କା ଉଦ୍ଧାର ହୋଇଛି । ଲୁଟ୍‌ ରେ ବ୍ୟବହୃତ ଲୁହା ଛେଣି ସିସିଟିଭିର ଡିଭିଆର ବକ୍ସ, ଗୋଟିଏ କାର, ବାଇକ ମଧ୍ୟ ଜବତ ହୋଇଛି । ଧରାପଡ଼ିଥିବା ୩ ଅଭିଯୁକ୍ତ ହେଲେ ଢେଙ୍କାନାଳ ସଦର ଥାନା କଙ୍କଡ଼ାହାଡ଼ ଗାଁର ଜିତେନ୍ଦ୍ର ନାୟକ, ଭଦ୍ରକର ଜିଲ୍ଲାର ନିର ପାଣି, ଖୋର୍ଦ୍ଧାର ରାକେଶ ଦାସ । ଆଉ ୪ ଅଭିଯୁକ୍ତ ଏବେ ବି ଫେରାର ରହିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି ।