ରାଜଧାନୀ ଉପକଣ୍ଠ ଯାଁଳାରେ ପୁଣି ଫୁଟିଲା ଗୁଳି।

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଯାଁଳାରେ ପୁଣି ଫୁଟିଲା ଗୁଳି। ଗତ ଥର ଫାଙ୍କା ଗୁଳି ଚାଳନା କରି ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବାବେଳେ ଲୁଟ୍‌ କରିବାରେ ବିଫଳ ହୋଇଛନ୍ତି ଲୁଟିଆ। ସୁନା ଦୋକାନୀ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ତାଙ୍କ ପୁଅ ଲୋକନାଥ ଗୁଳିକାଣ୍ଡର ଶିକାର ହୋଇଛନ୍ତି। ତାଙ୍କ ଜଙ୍ଘରେ ଦୁଇ ରାଉଣ୍ଡ ଗୁଳି ବାଜିବାରୁ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି।