ଓଡିଆ ଧାରାବାହିକ ଅଭିନେତା ଏମ୍ ସୁମନ କୁମାର ଗିରଫ

ଭୁବନେଶ୍ୱର: ଓଡିଆ ଧାରାବାହିକ ଅଭିନେତା ଏମ୍ ସୁମନ କୁମାର ଗିରଫ । ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ପ୍ରେମ ସମ୍ପର୍କରେ ରହି ବିବାହ ପାଇଁ ମନା କରିଥିବା ଯୁବତୀ ଜଣକ ଅଭିଯୋଗ କରିଥିଲେ । ଏହାପରେ ଅଭିନେତା ଜଣଙ୍କୁ ପୋଲିସ ଗିରଫ କରିଛି । ଅଭିନେତା ଏମ ସୁମନ କୁମାର ଏକାଧିକ ଓଡିଆ ସିରିଏଲରେ ଅଭିନୟ କରିଛନ୍ତି ।

ହେଲେ ଗତ କିଛି ଦିନ ହେଲା ସେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ, ହେଲେ ଏବେ ତାଙ୍କୁ ବିବାହ କରିବାକୁ ମନା କରିବାରୁ ସମ୍ପୃକ୍ତ ଯୁବତୀ ଜଣକ ଏନେଇ ପୋଲିସ ପାଖରେ ଅଭିଯୋଗ କରିଥିଲେ । ପୋଲିସ ଯୁବତୀଙ୍କ ନିକଟରୁ ଏପରି ଅଭିଯୋଗ ପାଇବା ପରେ ତାଙ୍କୁ ଗିରଫ କରିଛି ।