ରାଜ୍ୟରେ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଣ ନିର୍ଦ୍ଦେଶ: ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

ତାପମାତ୍ରା ବୃଦ୍ଧି ସହ ବିଦ୍ୟୁତ୍ କଟ୍ ଲୋକଙ୍କୁ କଲବଲ କରୁଛି……

ଭୁବନେଶ୍ୱର: ତାପମାତ୍ରା ବୃଦ୍ଧି ସହ ବିଦ୍ୟୁତ୍ କଟ୍ ଲୋକଙ୍କୁ କଲବଲ କରୁଛି । ଏହାରି ମଧ୍ୟରେ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟବ୍ୟାପୀ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍ ଯୋଗାଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚସ୍ତରୀୟ ସବୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଦ୍ୟୁତ୍ ବିତରଣ କମ୍ପାନୀଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବଢ଼ୁଥିବା ଖରା ଓ ପରୀକ୍ଷାକୁ ଦୃଷ୍ଟିରେ ରଖି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହେଉ ବୋଲି ସେ କହିଛନ୍ତି ।