ଏସପିଙ୍କ ନିକଟରେ ମାଓବାଦୀଙ୍କ ଆତ୍ମସମର୍ପଣ

Breaking news The Maoists surrendered to the SP…

କନ୍ଧମାଳ,(ସାକ୍‌ସୀ ନ୍ୟୁଜ୍‌): କେକେବିନ ମାଓ ଡିଭିଜନର ଏରିଆ କମିଟି ସଦସ୍ୟଙ୍କ ଆତ୍ମସମର୍ପଣ । ମାଓ ସଂଗଠନରେ ସାମିଲ୍ ଅଶୋକ ପୁନେ କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଅଶୋକ କେକେବିଏନ୍ ମାଓ ସଂଗଠନରେ ଦୀର୍ଘ ୧୩ ବର୍ଷ ଧରି କାର୍ଯ୍ୟ କରୁଥିଲା ।

କନ୍ଧମାଳ ଜିଲ୍ଲାରେ ମଧ୍ୟ ସାତ ବର୍ଷ ଧରି ମାଓ ସଂଗଠନରେ ରହି କାର୍ଯ୍ୟ କରୁଥିବା ସୂଚନା ମିଳିଛି । ତେବେ ମାଓ ସଂଗଠନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ନେଇ ସେ ମାଓ ସଂଗଠନରେ ଯୋଗ ଦେଇଥିଲେ । କିନ୍ତୁ ମାଓ ସଂଗଠନର ବରିଷ୍ଠ ନେତା ମାନଙ୍କ କାର୍ଯ୍ୟ କଳାପ ଏବଂ ମାଓ ସଂଗଠନର କାର୍ଯ୍ୟ କଳାପରେ ଅତିଷ୍ଠ ହୋଇ ସଂଗଠନ ଛାଡ଼ିଥିବା କହିଛନ୍ତି ଆତ୍ମସମର୍ପଣ କରିଥିବା ଅଶୋକ ପୁନେ ।

ନିଜେ ଆତ୍ମ ସମର୍ପଣ କରିବା ପରେ ଅନ୍ୟ ମାଓ ସାଥି ଭାଇମାନଙ୍କୁ ମଧ୍ୟ ଆତ୍ମସମର୍ପଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଆଗକୁ ଆହୁରି ମାଓବାଦୀ ଆତ୍ମ ସମର୍ପଣ କରିବା ପାଇଁ ଚାହୁଥିବା କହିଛନ୍ତି ଅଶୋକ ପୁନେ ଅଶୋକଙ୍କ ଘର ଛତିଶଗଡ଼ର ବାସଗୁଣ୍ଡା ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି ।

ଓଡ଼ିଶା ସରକାରଙ୍କ ବିଭିନ୍ନ ବିକାଶଶୀଳ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆତ୍ମସମର୍ପଣ କରିଥିବା କହିଛନ୍ତି ଅଶୋକ ପୁନେ । ଗୋଟିଏ ପଟେ ଜିଲ୍ଲାରେ ମାଓବାଦୀ ନିଜର ସ୍ଥିତି ଜାହିର କରୁଥିବା ବେଳେ ସଂଗଠନର ସଦସ୍ୟ ପୋଲିସ୍ ନିକଟରେ ଆତ୍ମସମର୍ପଣ କରୁଛନ୍ତି ।