ମୋଦି ସରକାରଙ୍କ ୮ ବର୍ଷର ସୁଶାସନକୁ ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଭୁୟସୀ ପ୍ରଶଂସା

ରାଜସ୍ଥାନର ଜୟପୁରଠାରେ ରାଷ୍ଟ୍ରୀୟ ପଦାଧିକାରୀ ବୈଠକ…

‘ଏକ୍‌ ଭାରତ, ଶେଷ୍ଠ ଭାରତ’ ଦୃଷ୍ଟିକୋଣର ଆକାଂକ୍ଷାକୁ ପ୍ରଭାବୀ ଏବଂ ସୁନିୟୋଜିତ ଭାବେ ସାକାର କରିବା ପାଇଁ ମୋଦି ସରକାର କାର୍ଯ୍ୟ କରୁଛନ୍ତି
ଏକ ନିର୍ଣ୍ଣାୟକ, ସମାବେଶୀ ଏବଂ ସମ୍ବେଦନଶୀଳ ନେତୃତ୍ୱ ଦ୍ୱାରା ସାଧାରଣ ଲୋକଙ୍କ ଆକାଂକ୍ଷାକୁ ପୁରଣ କରାଯାଇ ପାରିବ ବୋଲି ମୋଦି ସରକାର ପ୍ରମାଣିତ କରିଛନ୍ତି
ଲୋକତନ୍ତ୍ରରେ ଜନତାଙ୍କ ଆଦେଶ ସର୍ବୋପରୀ ଏବଂ ଏହାକୁ ସମ୍ମାନ ଜଣାଇ ମୋଦି ସରକାର କାର୍ଯ୍ୟ କରୁଛନ୍ତି : ଡ.ଯତୀନ ମହାନ୍ତି

ଭୁବନେଶ୍ୱର, ତା.୨୨/୦୫ : ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରକୁ ୮ବର୍ଷ ବିତିଯାଇଛି ।‘ଏକ୍‌ ଭାରତ, ଶେଷ୍ଠ ଭାରତ’ ଦୃଷ୍ଟିକୋଣର ଆକାଂକ୍ଷାକୁ ପ୍ରଭାବୀ ଏବଂ ସୁନିୟୋଜିତ ଭାବେ ସାକାର କରିବା ପାଇଁ ମୋଦି ସରକାର କାର୍ଯ୍ୟ କରୁଛନ୍ତି ।ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ପ୍ରତି ଦେଶବାସୀଙ୍କ ଅତୁଟ ବିଶ୍ୱାସ ରହିଛି । ମୋଦୀଙ୍କ ନୀତି, ନିୟମ ଓ କାର୍ଯ୍ୟରେ ଜନତା ପୁନଃବିଶ୍ୱାସ ରଖିଛନ୍ତି ।ମୋଦି ସରକାରଙ୍କ ଗତ ୮ ବର୍ଷର ସୁଶାସନକୁ ଗତ ୨୦ ଓ ୨୧ ତାରିଖ ଦିନ ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଭୁୟସୀ ପ୍ରଶଂସା କରାଯାଇଛି ବୋଲି ରାଜ୍ୟ ମୁଖପାତ୍ର ଡ.ଯତୀନ ମହାନ୍ତି ସୁଚନା ଦେଇଛନ୍ତି ।
ଏହି ବୈଠକରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି ଯୋଗଦେଇଥିଲେ ।

୩୦ ବର୍ଷ ପରେ ଦେଶରେ ଗୋଟିଏ ପୂର୍ଣ୍ଣ ବହୁମତ ପ୍ରାପ୍ତ କରି ୨୦୧୪ ମସିହାରେ ଶାସନ କ୍ଷମତାକୁ ଆସିଥିବା ମୋଦି ସରକାରଙ୍କ ସମ୍ମୁଖରେ ବହୁ ବାଧାବିଘ୍ନ ରହିଥିଲା । ମାତ୍ର ୮ ବର୍ଷ ଶାସନରେ ମୋଦି ସରକାର ଦେଶବାସୀଙ୍କ ଆସ୍ଥାଭାଜନ ହେବା ସହିତ ବହୁ ଜନକଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ମୋଦି ସରକାରଙ୍କ ପ୍ରଥମ ୫ ବର୍ଷ ଶାସନର ସଫଳତା କାରଣରୁ ଦେଶବାସୀ ପୂର୍ବାପେକ୍ଷା ଅଧିକ ସଂଖ୍ୟାରେ ଭୋଟ ଓ ଆସନ ଦେଇ ଗତ ୨୦୧୯ ସାଧାରଣ ନିର୍ବାଚନରେ ଜୟଯୁକ୍ତ କରାଇଥିଲେ । ଏକ ନିର୍ଣ୍ଣାୟକ, ସମାବେଶୀ ଏବଂ ସମ୍ବେଦନଶୀଳ ନେତୃତ୍ୱ ଦ୍ୱାରା ସାଧାରଣ ଲୋକଙ୍କ ଆକାଂକ୍ଷାକୁ ପୁରଣ କରାଯାଇ ପାରିବ ବୋଲି ମୋଦି ସରକାର ପ୍ରମାଣିତ କରିଥିବାରୁ ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ବୋଲି ଡ.ମହାନ୍ତି କହିଛନ୍ତି ।

୧୩୫ କୋଟି ଭାରତୀୟଙ୍କ ସାମର୍ଥ୍ୟ ଓ କୈାଶଳ ଦ୍ୱାରା ସଂଚାଳିତ ଏବଂ “ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ”ର ମନ୍ତ୍ରରେ ପରିଚାଳିତ ମୋଦି ସରକାର ଦେଶରେ ଗରୀବ ଦୁରୀକରଣ ଓ ଭାରତବର୍ଷର ସମୃଦ୍ଧି ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ପଣ୍ଡିତ ଦୀନଦୟାଲଜୀଙ୍କ ଅନ୍ତଦ୍ୟୋୟ ମନ୍ତ୍ରକୁ ଆଦାର କରି ମୋଦି ସରକାର ସମାଜର ଅନ୍ତିମ ଧାଡିରେ ବାସ କରୁଥିବା ଲୋକଙ୍କ ପାଇଁ କାର୍ଯ୍ୟରତ ।ଜନଧନ ଆକାଉଂଟ ଏବଂ ଡିବିଟି କାରଣରୁ ବହୁ ମାତ୍ରାରେ ଦୁର୍ନୀତି ହ୍ରାସ ପାଇଛି ଏବଂ ସାଧାରଣ ହିତାଧିକାରୀ ସିଧାସଳଖ ଲାଭାନ୍ୱିତ ହେଉଛନ୍ତି । ଏହା ବ୍ୟତୀତ ମହିଳା, ଯୁବକ, କୃଷକ, ଅନୁସୁଚିତ ଜାତି ଓ ଜନଜାତି, ଅଳ୍ପସଂଖ୍ୟକ ବର୍ଗଙ୍କ ପାଇଁ ମୋଦି ସରକାର ଅନେକ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି ।

ଆତ୍ମନିର୍ଭରଶୀଳ ହେବା ପାଇଁ ମେକ୍‌ ଇନ ଇଣ୍ଡିଆ, ଇଜ୍‌ ଅଫ ଡୁଇଙ୍ଗ, ଷ୍ଟାର୍ଟ ଅପ୍‌ କୁ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର ।ସମସ୍ତଙ୍କୁ ପକ୍କା ବାସଗୃହ, ମାଗଣା ବିଜୁଳି, ଓ ପାନୀୟ ଜଳ ଯୋଗାଇ ଦେବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ସେହିପରି ମାତୃଶକ୍ତି ପାଇଁ ଉଜ୍ଜ୍ୱଳା, ବେଟି ପଢାଓ ବେଟି ବଚାଓ ଭଳି ଯୋଜନା; କୃଷକଙ୍କ ପାଇଁ ପିଏମ କିଶାନ, କିଶାନ କ୍ରେଡିଟ କାର୍ଡ, କୃଷି ସିଂଚାଇ ଭଳି ଅନେକ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି ।

ମୋଦି ସରକାର ଅମଳରେ ଦୀର୍ଘ ୩୦ ବର୍ଷ ପରେ ଦେଶକୁ ଏକ ନୁତନ ଶିକ୍ଷାନୀତି ମିଳିଛି ।ସ୍ୱଚ୍ଛଭାରତ ଅଭିଯାନ ବର୍ତମାନ ଏକ ଜନଆନ୍ଦୋଳନରେ ପରିଣତ ହୋଇସାରିଛି । ମହାମାରୀ କରୋନା ସଂକଟ ସମୟରେ ସମ୍ଭାବନାକୁ ସୁଯୋଗରେ ପରିଣତ କରି ବିଶ୍ୱବ୍ୟାପୀ ଭାରତବର୍ଷର ସୁନାମ ଆଣିବାରେ ସଫଳ ହୋଇଛି ମୋଦି ସରକାର ।ଲୋକତନ୍ତ୍ରରେ ଜନତାଙ୍କ ଆଦେଶ ସର୍ବୋପରୀ ଏବଂ ଏହାକୁ ସମ୍ମାନ ଜଣାଇ ମୋଦି ସରକାର କାର୍ଯ୍ୟ କରୁଛନ୍ତି ବୋଲି ଡ.ମହାନ୍ତି କହିଛନ୍ତି ।