ପରୀ ହତ୍ୟା ମାମଲା ଗଲା ହାଇକୋର୍ଟ

କଟକ: ଆଇପିଏସ ଅରୁଣ ବୋଥ୍ରାଙ୍କ ତଦନ୍ତ ମାୟାରେ ଚିତ୍‌ ମାରିଥିବା ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାର ମୁଖ୍ୟ ଆସାମୀ ସରୋଜ ସେଠୀ ତଳକୋର୍ଟ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି ।

ଘଟଣାର ଚାରିବର୍ଷ ପରେ ନୟାଗଡ଼ ଜୁଭେନାଇଲ କୋର୍ଟ ଅଭିଯୁକ୍ତ ସରୋଜ ସେଠୀଙ୍କୁ ଦୋଷୀ ପ୍ରମାଣିତ କରି ୨୦ ସଶ୍ରମ କାରାଦଣ୍ଡ ରାୟ ପ୍ରକାଶ କରିଛନ୍ତି । ସୂଚନା ମୁତାବକ, ୨୦୨୦ ଜୁଲାଇ ୧୪ ତାରିଖରେ ନୟାଗଡ଼ର ଯଦୁପୁର ଅଂଚଳରୁ ଜଣେ ୫ ବର୍ଷର ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା ।

ବିଜେଡିର ବରିଷ୍ଠ ରାଜନେତା ଅରୁଣ ସାହୁଙ୍କ ରାଜନୀତି କ୍ୟାରିୟରକୁ କଳଙ୍କିତ କରାଯିବା ପାଇଁ ପ୍ରୟାସ ଚାଲିଥିଲା । ମାତ୍ର ଚତୁର ଆଇପିଏସ ଅଧିକାରୀ କଦଳୀ ବାଡ଼ିରୁ ହତ୍ୟା ଘଟଣାର ଚେର ପାଇଥିଲେ ।