ଆଜି ଭାରତ-ଇଂଲଣ୍ଡ ଅନ୍ତିମ ଟେଷ୍ଟ: ରେକର୍ଡ ପଛରେ ଭାରତ, ବଦନାମରୁ ତ୍ରାହି ପାଇଁ ଲଢ଼ିବ ଇଂଲଣ୍ଡ

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ୫ମ ବା ଅନ୍ତିମ ଟେଷ୍ଟ ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମରେ ଖେଳାଯିବ । ଅନ୍ତିମ ଟେଷ୍ଟଟି ଉଭୟ ଭାରତ ଓ ଇଂଲଣ୍ଡ ପାଇଁ ଗୌରବର ବିଷୟ ହୋଇ ରହିବ ।

ଭାରତ-ଇଂଲଣ୍ଡ ୫ ଟେଷ୍ଟ ବିଶିଷ୍ଟ ସିରିଜଟିକୁ ଭାରତ ୩-୧ ବ୍ୟବଧାନରେ ଜିତିସାରିଛି । କିନ୍ତୁ ଅନ୍ତିମ ଟେଷ୍ଟ ଭାରତକୁ ଇଂଲଣ୍ଡ ବିପକ୍ଷରେ ରେକର୍ଡ ଗଠନ କରିବାକୁ ସୁଯୋଗ ଦେବ । ଅପରପକ୍ଷରେ ଟେଷ୍ଟ କ୍ରିକେଟରେ ବଦନାମରୁ ମୁକୁଳିବା ପାଇଁ ଇଂଲଣ୍ଡ ଟିମ ପାରୁପର୍ଯ୍ୟନ୍ତ ଖେଳିବ । ଗୁରୁବାର ସକାଳ ସାଢେ଼ ୯ଟାରୁ ଟେଷ୍ଟ ମୁକାବିଲା ଆରମ୍ଭ ହୋଇଛି ।