ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଜଣେ ଶିଷ୍ୟଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଏବେ ରହସ୍ୟ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶ ଜବଲପୁରର ରସିକ ଦୁଲାରୀ ଶରଣ ଓରଫ୍ ଦୀପକ ଲୋଧୀ ନାମକ ଏହି ଶିଷ୍ୟ ଜଣକ ଆପାର୍ଟମେଣ୍ଟର ୪ର୍ଥ ମହଲାରୁ ଡେଇଁ ଜୀବନ ହାରିଛନ୍ତି। କିଛି ଚମକାଇ ଦେଲା ଭଳି ଘଟଣା ଏବଂ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ସ୍ଥାନୀୟ ସାଧୁସନ୍ଥଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ପୁଲିସର ସୂଚନାନୁସାରେ, ଦୀପକ ଦୁଇ ବର୍ଷ ପୂର୍ବରୁ ଦୀକ୍ଷା ଗ୍ରହଣ କରିଥିଲେ ଏବଂ ଆଶ୍ରମ ନିକଟସ୍ଥ ‘ଗୁରୁକୃପା କୁଞ୍ଜ ଆପାର୍ଟମେଣ୍ଟ’ରେ ରହୁଥିଲେ। ଛାତରୁ ଡେଇଁବା ପୂର୍ବରୁ ସେ ନିଜ କୋଠରୀରେ ଏକ ଇଲେକ୍ଟ୍ରିକ୍ ଗ୍ରାଇଣ୍ଡର ମେସିନ୍ ସାହାଯ୍ୟରେ ନିଜ ଗୁପ୍ତାଙ୍ଗକୁ କାଟି କ୍ଷତବିକ୍ଷତ କରିଥିଲେ। ପୁଲିସ ଆପାର୍ଟମେଣ୍ଟର ଡିଭିଆର,ରକ୍ତର ନମୁନା ଏବଂ ମୃତକଙ୍କ ମୋବାଇଲ୍ ଫୋନ୍କୁ ଫୋରେନ୍ସିକ୍ ଲ୍ୟାବ୍କୁ ପଠାଇଛି। ମୋବାଇଲରୁ ଡିଲିଟ୍ ହୋଇଥିବା ମେସେଜ୍, ଫଟୋ ଓ କଲ୍ ରେକର୍ଡରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ଆଶା ରଖିଛି ।