ପ୍ୟାରିସ୍ ଫ୍ୟାଶନ ୱିକ୍-୨୦୨୬ରେ ପୁଣି ଲୁକ୍ରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସୋମବାର ପ୍ୟାରିସ୍ରେ ଆୟୋଜିତ ଫ୍ୟାଶନ ଶୋ’ର ରାମ୍ପରେ ଚାଲିଥିଲେ ଐଶ୍ୱର୍ଯ୍ୟା ରାୟ। ଏହି ଫ୍ୟାଶନ ଶୋ’ରେ ଐଶ୍ୱର୍ଯ୍ୟା ଡିଜାଇନର ୟାରା ଶୁମେକରଙ୍କ ଡିଜାଇନ୍ କରାଯାଇଥିବା ଭେଲ୍ଭେଟ୍ ଡ୍ରେସ୍ ପିନ୍ଧିଥିଲେ। ଏହା ସହିତ ମୁଣ୍ଡରେ ହୀରା ମୁକୁଟ ତାଙ୍କ ଲୁକ୍କୁ ଆହୁରି ରାଜକୀୟ କରିଥିଲା। ରାମ୍ପରେ ଚାଲିବା ସମୟରେ ଐଶ୍ୱର୍ଯ୍ୟା ଦର୍ଶକଙ୍କ ଆଡକୁ ହାତ ଯୋଡି ନମସ୍କାର କରିଥିଲେ। ପ୍ୟାରିସ୍ ଫ୍ୟାଶନ ୱିକ୍କୁ ବିଶ୍ୱର ପ୍ରମୁଖ ଫ୍ୟାଶନ ଆୟୋଜନଗୁଡ଼ିକ ମଧ୍ୟରୁ ଗୋଟିଏ ଭାବେ ଗଣାଯାଏ। ଏଠାରେ ବିଶ୍ୱର ବଡ଼ ବଡ଼ ଫ୍ୟାଶନ ବ୍ରାଣ୍ଡ ଓ ଡିଜାଇନରମାନେ ସେମାନଙ୍କ ନୂଆ କଲେକ୍ସନ୍ ଉପସ୍ଥାପନ କରନ୍ତି। ଏହି ମଞ୍ଚରେ ଐଶ୍ୱର୍ଯ୍ୟାଙ୍କ ଉପସ୍ଥିତି ଭାରତୀୟ ଫ୍ୟାଶନ ଓ ସିନେମା ଜଗତ ପାଇଁ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି ।