ଧୂମପାନ ଛାଡ଼ି ପାରୁନାହାନ୍ତି ଅଭିନେତ୍ରୀ କୋଙ୍କଣା

ମୁମ୍ବାଇ: ‘କିଲର ସୁପ୍‌’ ଚଳଚ୍ଚିତ୍ରରେ ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମାଙ୍କ ସହିତ ଅଭିନେତା ମନୋଜ ବାଜପେୟୀଙ୍କୁ ଦମଦାର ଭୂମିକାରେ ଦେଖିବାକୁ ମିଳିବ । ୪୪ ବର୍ଷୀୟା କୋଙ୍କଣା ଜୀବନର ବହୁ ତିକ୍ତ ଅନୁଭୂତିକୁ ଅଙ୍ଗେ ନିଭାଇଛନ୍ତି ।

ନିଖୁଣ ଅଭିନୟ ବଳରେ କୋଙ୍କଣା ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ଆସ୍ଥାନ ସୃଷ୍ଟି କରିପାରିଛନ୍ତି । ସିଗାରେଟକୁ ସଂପୂର୍ଣ୍ଣ ଭାବେ ଛାଡ଼ିବାକୁ ଚାହୁଁଥିଲେ ମଧ୍ୟ କେଜାଣି କାହିଁକି ତା’ ପ୍ରତି ତାଙ୍କର ଟିକେ ମମତା ରହିଯାଇଛି ।

କୋଙ୍କଣା କହନ୍ତି, କେମିତି ଗୋଟିଏ ଖିଆଲରେ ସେ ସିଗାରେଟ୍‌ ଟାଣିବା ଆରମ୍ଭ କରିଥିଲେ । ମାତ୍ର ତାହା ତାଙ୍କର ନିୟମିତ ଅଭ୍ୟାସରେ ପଡ଼ିଗଲା । ସାଙ୍ଗସାଥିଙ୍କ ଗହଣରେ ରହିଲେ ତାଙ୍କ ମନଟା ଯାଇ ସିଗାରେଟ୍‌ ପାଖରେ ଅଟକିିଯାଏ ।