ବିଜେଡି ସରକାରରେ ଓଡ଼ିଶାରେ ଗରିବି ଅବର୍ଣ୍ଣନୀୟ

୨୪ବର୍ଷ ଶାସନରେ ୫ଲକ୍ଷ ଗରିବି ବଢିଛି ..

ଭୁବନେଶ୍ୱର: ଯଶସ୍ୱୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କରିବା ସହ ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରିଛନ୍ତି । କିନ୍ତୁ ବିଜେଡି ତାହା ଓଡିଶାରେ ସଫଳ କରିବାରେ ବାଧା ସୃଷ୍ଟି କରିଥାଏ । ମୋଦି ସରକାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଚାଉଳ ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର କେତେ ଲୋକଙ୍କୁ ଚାଉଳ ଦେଉଛନ୍ତି ତାହାର ଉତର ଦିଅନ୍ତୁ । ମୋଦି ସରକାର ୩କୋଟି ୨୬ଲକ୍ଷ ଲୋକଙ୍କୁ ଚାଉଳ ଦେଲା ପରେ ବି ପୋଷ୍ଟର ମାରିବା କଥା ଚିନ୍ତା କରିନାହାନ୍ତି ।

ଓଡ଼ିଶା ସରକାର ୨୪ବର୍ଷ ଶାସନ କଲା ପରେ ୫ଲକ୍ଷ ଲୋକଙ୍କୁ ଗରିବ କରିଦେଇଛନ୍ତି । ଅର୍ଥାତ୍ ବିଜେଡି ସରକାରରେ ଓଡ଼ିଶାରେ ଗରିବି ବଢ଼ିଛି । ଏବେ ସେହି ଗରିବ ୫ଲକ୍ଷ ଲୋକଙ୍କୁ ଚାଉଳ ଦେବେ ବୋଲି ବିଜେଡି କର୍ମୀମାନେ ବ୍ୟାନର ଓ ପୋଷ୍ଟର ମାରୁଛନ୍ତି । ମୋଦି ଦେଉଛନ୍ତି ମାଗଣା ଚାଉଳ । ବିଜେଡି ଯଦି ଷଡଯନ୍ତ୍ର କରି ପୋଷ୍ଟର ଲଗାଏ ତାହାଲେ ବିଜେପିର କାର୍ଯ୍ୟକର୍ତା ଏହାକୁ ବରଦାସ୍ତ କରିବେ ନାହିଁ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସ ବିଜ୍ଞପ୍ତିରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ବର୍ଷକ ବାର ମାସ ୩୬୫ଦିନ ଲୋକଙ୍କ ହିତ ପାଇଁ କାର୍ଯ୍ୟ କରେ ଏବଂ ଏହା ଏକ ସଂଗଠନ ଆଧାରିତ ଦଳ । ଓଡ଼ିଶାରେ କଂଗ୍ରେସ ଦଳ କିଛି କାର୍ଯ୍ୟ କରେ ନାହିଁ ଏବେ ସେମାନେ କୁଆଡେ “ତୁଳସୀ ଯାତ୍ରା” କରୁଛନ୍ତି । ଠିକ୍ ସେମିତି କେବଳ ପ୍ରଚାର ପ୍ରସାରରେ ବିଶ୍ୱାସ ବିଜୁ ଜନତା ଦଳ କୌଣସି କାର୍ଯ୍ୟ କରେ ନାହିଁ, ବରଂ ମୋଦି ସରକାର ଓଡିଶାକୁ ଯାହା ଦିଅନ୍ତି ତାହା କିପରି ଘୋଟାଲା ହେବ ସେ ନେଇ ଲାଗିଥାନ୍ତି । ଏଥିଲାଗି ଉଭୟ ଦଳର ନେତା ୨୦୨୪ ନିର୍ବାଚନ ଟିକେଟ୍ ଚିନ୍ତାରେ ଅଛନ୍ତି କିନ୍ତୁ ବିଜେପି ନେତାଙ୍କ ଟିକେଟ୍ ଚିନ୍ତା ନାହିଁ । ବିଜେପିର କାର୍ଯ୍ୟକର୍ତା ପ୍ରତ୍ୟେକ ସ୍ତରରେ ଲୋକଙ୍କ ସହ ରହି କାମ କରୁଛନ୍ତି ଟିକେଟ୍ ଏକ ଉପକ୍ରମ । ବୁଥ୍‌, ମଣ୍ଡଳ ଓ ନିର୍ବାଚନ ମଣ୍ଡଳୀ ସ୍ତରରେ ବିଜେପି ଦଳର ବ୍ୟାପକ କାର୍ଯ୍ୟକ୍ରମ ଚାଲିଛି । ଆଗାମୀ ନିର୍ବାଚନ ବିଜେପି ପାଇଁ କିଛି ନୂଆ ନୁହେଁ । କଂଗ୍ରେସ ଓ ବିଜେଡି “ନେତା ଆଧାରିତ ଦଳ” କିନ୍ତୁ ବିଜେପି “ସଂଗଠନ ଆଧାରିତ ଦଳ” ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।