ବିଜେଡି ପ୍ରତିଷ୍ଠା ଦିବସ: ବାଳୁତ ମୁଣ୍ଡରେ ୩୬ ହଜାର ଟଙ୍କାର ବୋଝ ଲଦି ଫୁଟାଣି

BJD Inauguration Day: ବାଳୁତ ମୁଣ୍ଡରେ ୩୬ ହଜାର ଟଙ୍କାର ବୋଝ ଲଦି ଫୁଟାଣି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଧାନସଭା କ୍ଷେତ୍ରରେ ପାଳିତ ହେଉଛି ବିଜେଡି ପ୍ରତିଷ୍ଠା ଦିବସ । ଦଳୀୟ ବକ୍ତାମାନେ ସେମାନଙ୍କ ଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରୁଛନ୍ତି । କରିବା ସ୍ୱାଭାବିକ, କାରଣ ନବୀନଙ୍କ ବିନା ସେମାନେ ଅଗାଡ଼ି । ବିଜେଡିର ସଫଳତା ଗୁଣଗାନ କରୁଛନ୍ତି । କରିବ। ସ୍ୱାଭାବିକ, ଶଙ୍ଖ ଚିହ୍ନଟିକୁ ମୁଣ୍ଡରେ ବହନ କରି ଗଧ, ଖଚର, ବିଲେଇ, କୁକୁର, ଝିଟିପିଟି, ଅସରପା, ଓଡ଼ଶ ପ୍ରଭୃତି ଜୀବଗୁଡ଼ିକ ମଧ୍ୟ ବିଧାୟକ ଓ ସାଂସଦ ହୋଇଯିବେ । ହେଲେ ସେମାନଙ୍କ ଭାଗ୍ୟରେ ନବୀନ ପଟ୍ଟନାୟକଙ୍କ କୃପାଦୃଷ୍ଟି ପଡୁନି । ନବୀନ ସେଇମାନଙ୍କୁ ଦଳରେ ରଖିଛନ୍ତି ଯୋଉମାନେ ଆପଣା ଦକ୍ଷତା ବଳରେ ବିଧାୟକ ବା ସାଂସଦ ହେବାର ସାହସ ହରାଇଛନ୍ତି । ନବୀନଙ୍କ କୃପା ବଳରେ ଯୋଉମାନେ ବିଧାୟକ, ସାଂସଦ ହୋଇଛନ୍ତି, ସେମାନେ ନବୀନ ଓ ବିଜେଡିର ଗୁଣଗାନ କରିବା ସ୍ୱାଭାବିକ ।

ରାଜ୍ୟର କୌଣସି ସାମାଜିକ ଅନୁଷ୍ଠାନ ରାଜ୍ୟର ସୁଶାସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁରସ୍କାର କି ସମ୍ମାନଟିଏ ଜଣାଇନାହାନ୍ତି । ଉଭୟ ବିଜେଡି ଓ ବିଜେପି ଆତ୍ମପ୍ରଚାର କରିବାରେ ମାହିର ।

ବିଜେଡି ଶାସନକୁ ଅନୁଧ୍ୟାନ କଲେ, ୨୫ ବର୍ଷ ଭିତରେ ବିଜେଡି ଯେତିକି ସଫଳତା ହାସଲ କରିଛି । ଓଡ଼ିଶା ସେତିକି ପଛକୁ ଚାଲିଯାଇଛି । ନବୀନଙ୍କ ଅମଳରେ ବହୁ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ଅଧାପନ୍ତରିଆ ରହି ଶାସନର ଅଯୋଗ୍ୟପଣିଆକୁ ସାବ୍ୟସ୍ତ କରୁଛି । ରାଜ୍ୟ ସରକାରକୁ ପରିଚାଳନା କରୁଥିବା ଫାଇଭ୍‌-ଟି ହେଉଛନ୍ତି ଜଣେଜଣେ ପ୍ରମୁଖ ଟାଉଟର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଚାଲାକ । ରାଜ୍ୟର ସବୁ ଆଇଏଏସ୍‌, ଆଇପିଏସ୍‌ ଅଧିକାରୀଙ୍କ ଜରିଆରେ ଯାବତୀୟ କେଳେଙ୍କାରୀ କାମ କରି ଆରାମରେ ଖସିଯିବାର ବାଟ ରଖିଛନ୍ତି । ସ୍ୱାସ୍ଥ୍ୟକାର୍ଡ ପ୍ରଚଳନ ଆଳରେ ଗରିବଙ୍କୁ ଦିନରେ ଲଣ୍ଠନ, ହାଇସ୍କୁଲ ରୂପାନ୍ତରଣ ଆଳରେ ଜରାଜୀର୍ଣ୍ଣ କୋଠା, ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ଯୋଜନା ଆଳରେ ରାଜକୋଷ ଲୁଟ, ମହିଳା ସଶକ୍ତିକରଣ ଆଳରେ ବଡ଼ି, ପାମ୍ପଡ଼, ଶୁଖୁଆ, ଛତୁଆ ବିକା , କ୍ରୀଡ଼ାକ୍ଷେତ୍ରରେ କେବଳ ହକି ବିଶ୍ୱକପ୍‌ ଆୟୋଜନ ପ୍ରଭୃତି ରସାତଳଗାମୀ ଯୋଜନାକୁ ଘରେଘରେ ପହଂଚାଇବା ପାଇଁ ପ୍ରୟାସ ଚାଲିଛି ।

ବିଜେଡି ଶାସନର ସବୁଠାରୁ ଲୋକପ୍ରିୟ ଯୋଜନା ହେଉଛି ମା’ ପେଟର ପିଲାମୁଣ୍ଡରେ ଋଣବୋଝ ଲଦିବା । ବିକାଶ କଥା କହି ଗତ ୨୫ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେ ପରିମାଣର ବୋଝ ଲଦିଛନ୍ତି, ତା’ର ହିସାବ କଲେ ମା’ ପେଟରେ ବଢୁଥିବା ପିଲାଟି ମୁଣ୍ଡରେ ୩୬ ହଜାର ଟଙ୍କା ରହୁଛି ।