ଜମ୍ମୁ-କଶ୍ମୀର ଲୋକଙ୍କ ହାତରେ ବନ୍ଧୁକ ଧରାଇଲା ସିଆର୍‌ପିଏଫ୍‌

ସାଧାରଣ ଲୋକଙ୍କ ହାତରେ ସ୍ୱୟଂଚାଳିତ ବନ୍ଧୁକ..

ଜମ୍ମୁ-କଶ୍ମୀର: ଆତଙ୍କୀ ନିପାତ ପାଇଁ ସାଧାରଣ ଲୋକଙ୍କ ହାତରେ ସ୍ୱୟଂଚାଳିତ ବନ୍ଧୁକ ଧରାଇଛି ସିଆରପିଏଫ୍‌ । ଗତ କିଛିଦିନ ଭିତରେ ଜମ୍ମୁର ପୁଂଛ ଓ ରାଜୌରୀର ଜଘନ୍ୟ ହତ୍ୟାକାଣ୍ଡ ପ୍ରତି ଗୁରୁତ୍ୱାରୋପ କରିବା ପରେ ସିଆରପିଏଫ୍‌ ଏପରି ପଦକ୍ଷେପ ଗ୍ରହଣ କରିଛି ।

ସୂଚନା ମୁତାବକ ରାଜୌରୀ ଜିଲ୍ଲାର ଧନଗରୀ ଅଂଚଳର ପ୍ରତ୍ୟେକ ଗ୍ରାମ ରକ୍ଷା ସମିତିର ଜଣେ ସଭ୍ୟଙ୍କୁ ଏସ୍‌ଏଲ୍‌ଆର ରାଇଫଲ ଦିଆଯାଇଛି । ଗ୍ରାମ ସମିତିର ସବୁ ଲୋକଙ୍କୁ ବନ୍ଧୁକ ଚାଳନା ଶିକ୍ଷା ଦିଆଯିବାର ବନ୍ଦୋବସ୍ତ କରାଯାଇଛି ।

ସୋମବାର ରାଜୌରୀ ଜିଲ୍ଲାର ଧନଗରି ଗ୍ରାମରେ ଏକ ବିଶେଷ ଶିବିର ଆୟୋଜନ କରାଯାଇଥିଲା । ଉକ୍ତ ଶିବିରରେ ୪୦ ଜଣ ପୂର୍ବତନ ସୈନିକଙ୍କୁ ଡକା ଯାଇଥିଲା । ସେମାନଙ୍କୁ ଆଧୁନିକ ସ୍ୱୟଂଚାଳିତ ବନ୍ଧୁକ ପ୍ରଦାନ କରାଯିବା ସହିତ ଗ୍ରାମରକ୍ଷା ସମିତିର ମନୋନୀତ ୬୦ ଜଣ ସଭ୍ୟଙ୍କୁ ମଧ୍ୟ ବନ୍ଧୁକ ଦିଆଯାଇଥିଲା । ଏବେ ସୁଦ୍ଧା ୩୦୦ରୁ ଅଧିକ ଲୋକଙ୍କୁ ବନ୍ଧୁକ ଦିଆଗଲାଣି ।

ସାଧାରଣ ଲୋକଙ୍କୁ ବନ୍ଧୁକ ଚାଳନା ପ୍ରଶିକ୍ଷଣ ଦିଆଯିବ । ଗ୍ରାମ ଭିତରକୁ ପଶି ଆସୁଥିବା ଆତଙ୍କୀଙ୍କ ସହିତ କିପରି ମୁକାବିଲା କରାଯିବ, ସେ ସଂପର୍କରେ ସିଆରପିଏଫ୍‌ ତାଲିମ ଦେବ।
ନୂଆବର୍ଷ ଅବସରରେ କିଛି କଶ୍ମୀର ପଣ୍ଡିତ ପରିବାରକୁ ହତ୍ୟା କରାଯିବା ଘଟଣାରେ କେନ୍ଦ୍ର ସରକାର ଓ ସିଆରପିଏଫ୍‌ ଉଦ୍‌ବେଗ ପ୍ରକାଶ କରିଥିଲେ ।