ଅମୁଲ ଲିମିଟେଡ୍‌ ମୁଖିଆ ପଦ ଛାଡ଼ିଲେ ସୋଧି

ଲୋକପ୍ରିୟ କମ୍ପାନୀ ‘ଅମୁଲ’ର ପରିଚାଳନା ନିର୍ଦ୍ଦେଶକ..

ଦେଶକୁ ଗୁଣ୍ଡ କ୍ଷୀର ଯୋଗାଇ ଆସୁଥିବା ଲୋକପ୍ରିୟ କମ୍ପାନୀ ‘ଅମୁଲ’ର ପରିଚାଳନା ନିର୍ଦ୍ଦେଶକ ଆରଏସ୍‌ ଲୋଧି ହଠାତ୍‌ ଇସ୍ତଫା ଦେଇ ସମସ୍ତଙ୍କୁ ଆଚମ୍ବିତ କରିଛନ୍ତି । ଏବେ ସିଓଓ ଜୟନ ମେହତା ଅମୁଲ’ର ନେତୃତ୍ୱ ନେବେ । ଲୋଧି ୨୦୧୦ରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କରିଥିଲେ ।

ଲୋଧି ଉକ୍ତ କମ୍ପାନୀର ବିକ୍ରୟ ବିଭାଗରେ ବରିଷ୍ଠ ପରିଚାଳକ ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ କମ୍ପାନୀ ଶୀର୍ଷରେ ପହଂଚିଥିଲା । ତାଙ୍କର କାର୍ଯ୍ୟ କୁଶଳତାକୁ ବିବେଚନା କରି ୨୦୧୦ ଜୁନରେ କମ୍ପାନୀ ପରିଚାଳନା ବୋର୍ଡ ତାଙ୍କୁ ପରିଚାଳନା ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ କରିଥିଲା ।