କୋଟିଏ ଟଙ୍କାର ଘର କିଣିଲେ ୧୫ ବର୍ଷୀୟା ଅଭିନେତ୍ରୀ

ଚର୍ଚ୍ଚିତ ରୁହାନିକା ଧବନ ମାତ୍ର ୧୫ ବର୍ଷ ବୟସରେ..

ମୁମ୍ବାଇ: ଧାରାବାହିକ ‘ୟେ ହୈ ମୋହବତେଁ’ର ଚର୍ଚ୍ଚିତ ରୁହାନିକା ଧବନ ମାତ୍ର ୧୫ ବର୍ଷ ବୟସରେ କୋଟିଏ ଟଙ୍କାର ଘରଟିଏ କିଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ତା’ ସହିତ ତାଙ୍କ ମା’ଙ୍କ ଉପରେ ଲଗା ଯାଇଥିବା ଗୁରୁତର ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ।

ରୁହାନିକାଙ୍କ ମା’ଙ୍କୁ ବାଳ ଶ୍ରମିକ ଅଭିଯୋଗରେ ଛନ୍ଦି ଦିଆଯାଇଥିଲା । ମୂଲ୍ୟବାନ ଘରଟିଏ କିଣି ରୁହାନିକା ଜଣାଇ ଦେଇଛନ୍ତି ଯେ ତାଙ୍କ ମା’ ଯାହା ବି କରିଛନ୍ତି । ତାଙ୍କର ମଙ୍ଗଳ ପାଇଁ କରିଛନ୍ତି । ଟିଭି ଧାରାବାହିକର ଛୋଟପରୀ ରୁହି ଏତେ ଜଲଦି ବୁଦ୍ଧିମତୀ ହୋଇଯିବ ବୋଲି କେହି ଭାବି ନଥିଲେ । ରୁହି ସବୁଠାରୁ କମ୍‌ ବୟସର ଅଭିନେତ୍ରୀ ଯେ କୋଟିଏ ଟଙ୍କାର କୋଠା କିଣିଛନ୍ତି ।

ରୁହିଙ୍କ ମା’ କହିଛନ୍ତି, ରୁହାନିକା ରାତାରାତି କିଛି କରିନି । ସେ ମନ ଲଗାଇ କାମ କରିଛି, ତା’ର ଫଳ ପାଇଛି । ୮ ବର୍ଷ ଧରି ସେ ଅଭିନୟ କରିଛି । ତା’ରି ଭିତରେ ଯାହା ସଂଚୟ କରିଛି । ଘରଟିଏ କିଣି ସେ ଟଙ୍କା ନିବେଶ କରିଛି । ତାକୁ ପିଲାଦିନରୁ ଅଭିନୟ କ୍ଷେତ୍ରରେ ଛାଡ଼ିଥିବାରୁ ଲୋକମାନେ ମୋ ଉପରେ ବାଳ ଶ୍ରମିକ ଅଭିଯୋଗ କରିଥିଲେ । ଝିଅର ସଫଳତା ନିକଟରେ ସେସବୁ ଅଭିଯୋଗ ତୁଚ୍ଛ ।

ରୁହି କହନ୍ତି, ‘ମୁଁ ଯାହା କରୁଛି, ସ୍ୱେଚ୍ଛାରେ କରୁଛି । କାହା ଚାପରେ ପଡ଼ି ମୁଁ କିଛି କରୁନାହିଁ । ସତ କହିଲେ, ଏବେ ମୁଁ ପୁରାପୁରି ଦେବାଳିଆ । ଘର କିଣିବା ପରେ ମୁଁ କାଙ୍ଗାଳ ହୋଇଯାଇଛି ।