କିନ୍ନରଙ୍କ ଅଧିକାରକୁ ପାହାରେ

ଗତ ମାର୍ଚ୍ଚ ୨୦୨୬ରେ ଭାରତର ସଂସଦରେ ଏକ ନୂତନ ‘ଟ୍ରାନ୍ସଜେଣ୍ଡର ସଂଶୋଧନ ବିଲ୍‌’ ଗୃହୀତ ହୋଇଛି। ଏହି ବିଲ୍‌କୁ ଟ୍ରାନ୍ସଜେଣ୍ଡର ଓ ଏଲ୍‌ଜିବିଟିକ୍ୟୁ ସମୁଦାୟର ଆଇନଗତ ଅଧିକାର ଉପରେ ଆକ୍ରମଣ କୁହାଯାଉଛି। ଉପରୋକ୍ତ ସମୁଦାୟର ଲୋକମାନେ ଏହାକୁ ‘ପ୍ରତିଗାମୀ’ ବା ‘ପ୍ରତିକ୍ରୀୟାଶୀଳ’ ଏବଂ ହିନ୍ଦୁତ୍ୱବାଦୀ ଚିନ୍ତାଧାରାରୁ ସୃଷ୍ଟ ବୋଲି ବର୍ଣ୍ଣନା କରିଛନ୍ତି। ଏହି ଆଇନ ୨୦୧୪ ମସିହାରେ ଆସିଥିବା ନାଲସା (ଜାତୀୟ ନ୍ୟାୟିକ ସେବା ପ୍ରାଧିକରଣ)ର ରାୟକୁ ପ୍ରାୟତଃ ରଦ୍ଦ କରିଦେଇଛି ଏବଂ ୨୦୧୯ର ଟ୍ରାନ୍ସଜେଣ୍ଡର ଅଧିକାର ଆଇନରେ ଏକ ବଡ ପରିବର୍ତନ ଆଣିଛି।

୨୦୧୪ରେ ସୁପ୍ରିମ କୋର୍ଟ ନାଲସା ମାମଲାରେ କହିଥିଲେ ଯେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିମାନେ ‘ତୃତୀୟ ଲିଙ୍ଗ’ ଭାବେ ପରିଚିତ ହେବେ ଏବଂ ନିଜର ଲିଙ୍ଗ ପରିଚୟକୁ ସମ୍ପୃକ୍ତ ବ୍ୟକ୍ତି ନିଜେ ନିର୍ଦ୍ଧାରଣ କରିବେ। ଏଥିପାଇଁ କୌଣସି ଡାକ୍ତରୀ ପରୀକ୍ଷା କିମ୍ବା ଅସ୍ତ୍ରୋପଚାରର ଆବଶ୍ୟକତା ରହିବନି। କୋର୍ଟ ଏହାକୁ ନିଜତା ବା ବ୍ୟକ୍ତିଗତ ଗୋପନୀୟତାର ଅଧିକାର (ଜସଶଷଗ୍ଧ ଗ୍ଧକ୍ଟ ଚକ୍ସସଙ୍ଖବମଚ୍ଚ) ସହିତ ଯୋଡିଥିଲେ। ପରେ ୨୦୧୮ରେ ନଭତେଜ ସିଂହ ଜୋହର ମାମଲାରେ ଧାରା ୩୭୭ରେ ପରିବର୍ତନ ଆସିଲା ଏବଂ ସମ୍ମତିରେ ହୋଇଥିବା ସମଲିଙ୍ଗିକ ସମ୍ପର୍କକୁ ଅପରାଧ ବୋଲି ଗଣା ଗଲାନି। ଏହି ଦୁଇଟି ରାୟ ମାଧ୍ୟମରେ ଏଲ୍‌ଜିବିଟିକ୍ୟୁ ସମୁଦାୟକୁ ସମ୍ବିଧାନର ଅନୁଛେଦ ୧୪, ୧୫, ୧୯ ଓ ୨୧ ଅନୁସାରେ ସମାନତା, ଗାରିମା ବା ଆତ୍ମସମ୍ମାନ ଓ ନିଜତାର ଅଧିକାର ମିଳିଥିଲା।
୨୦୧୯ରେ ଗୃହୀତ ହୋଇଥିବା ଟ୍ରାନ୍ସଜେଣ୍ଡର ଅଧିକାର ସୁରକ୍ଷା ଆଇନ, ନାଲସା ରାୟକୁ ଲାଗୁ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଏହି ଆଇନରେ ଟ୍ରାନ୍ସଜେଣ୍ଡରର ବ୍ୟାପକ ପରିଭାଷା ଦିଆଯାଇଥିଲା।

ଏଥିରେ ଟ୍ରାନ୍ସ ପୁରୁଷ, ଟ୍ରାନ୍ସ ମହିଳା, ନନ୍‌-ବାଇନେରୀ, ଜେଣ୍ଡର କ୍ୱିଅର ଇତ୍ୟାଦି ସମ୍ମିଳିତ ଥିଲେ। କିନ୍ତୁ ୨୦୨୬ର ସଂଶୋଧନ ଏହାକୁ ସମ୍ପୂର୍ଣ୍ଣ ପରିବର୍ତନ କରିଦେଇଛି। ନୂତନ ଆଇନରେ ସବୁଠାରୁ ବଡ ପରିବର୍ତନ ହେଉଛି ଆତ୍ମ-ପରିଚୟର ଅଧିକାରକୁ ସମାପ୍ତ କରିଦେବା। ଏବେ କୌଣସି ବ୍ୟକ୍ତି ନିଜେ କହିପାରିବେ ନାହିଁ ଯେ ସେ କେଉଁ ଲିଙ୍ଗର। ତାଙ୍କର ପରିଚୟ ଜନ୍ମ ସମୟର ଜୈବିକ ଲିଙ୍ଗ କିମ୍ବା ପାରମ୍ପରିକ ସାମାଜିକ ସମୁହର ଆଧାରରେ ନିର୍ଦ୍ଧାରିତ ହେବ। ଆଇନରେ କୁହାଯାଇଛି ଯେ ଯିଏ ‘କିନ୍ନର’, ‘ହିଞ୍ଜଡା’, ‘ଅରାବଣୀ’, ‘ଜୋଗତା’ ପରି ପୁରୁଣା ପରିଚୟରେ ଆସୁଥିବା ଅଥବା ଅନ୍ତର୍ଲିଙ୍ଗି (ଇଂଟରସେକ୍ସ) ହୋଇଥିବ ତା’କୁ ହିଁ ଟ୍ରାନ୍ସଜେଣ୍ଡର ଭାବେ ଗ୍ରହଣ କରାଯିବ। ଏଥିରୁ ଟ୍ରାନ୍ସ ପୁରୁଷ, ଟ୍ରାନ୍ସ ମହିଳା, ନନ୍‌-ବାଇନେରୀ, ଜେଣ୍ଡର-ଫ୍ଲୁଇଡ୍‌ ଇତ୍ୟାଦି ଶ୍ରେଣୀର ସମସ୍ତ ବ୍ୟକ୍ତି ଟ୍ରାନ୍ସଜେଣ୍ଡରର ପରିଭାଷାର ବାହାରକୁ ଚାଲି ଯାଇଛନ୍ତି।

ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାଟି ହେଉଛି ମେଡିକାଲ୍‌ ବୋର୍ଡକୁ ଅନିବାର୍ଯ୍ୟ କରାଯିବା। ଏଣିକି ଟ୍ରାନ୍ସଜେଣ୍ଡର ପରିଚୟ ପ୍ରମାଣପତ୍ର ପାଇବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସରକାରୀ ମେଡିକାଲ୍‌ ବୋର୍ଡ ସମ୍ମୁଖରେ ଡାକ୍ତରୀ ପରୀକ୍ଷା ମଧ୍ୟକୁ ଯିବାକୁ ପଡିବ। ଏହି ବୋର୍ଡର ଅଧ୍ୟକ୍ଷତା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ଉଊଗଙ) କରିବେ। ବୋର୍ଡର ସୁପାରିଶ ପରେ ଯାଇ ହିଁ ଜିଲ୍ଲା ମାଜିଷ୍‌ଟ୍ରେଟ୍‌ ସମ୍ବନ୍ଧିତ ବ୍ୟକ୍ତିଙ୍କୁ (ଟ୍ରାନ୍ସଜେଣ୍ଡର) ପରିଚୟ ପ୍ରମାଣପତ୍ର ଜାରି କରିବେ।
ଏହା ଜାତୀୟ ଆଇନ ସେବା କର୍ତୃପକ୍ଷ ବନାମ ଭାରତ ସରକାର (ଘଇଖଝଇ ଙ୍ଖ. ଟଦ୍ଭସକ୍ଟଦ୍ଭ କ୍ଟଲ ଓଦ୍ଭୟସବ) ମାମଲାରେ ସୁପ୍ରିମକୋର୍ଟଙ୍କ ରାୟର ସଂପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି। ସେହି ରାୟରେ କୁହାଯାଇଥିଲା ଯେ ଲିଙ୍ଗ ପରିଚୟ ପାଇଁ କୌଣସି ପ୍ରକାର ଡାକ୍ତରୀ ପରୀକ୍ଷାର ଆବଶ୍ୟକତା ନାହିଁ। ସୁପ୍ରିମ କୋର୍ଟର ପରାମର୍ଶଦାତା ସମିତି ମଧ୍ୟ ଏହି ବିଲ୍‌କୁ ‘ନିଜତା ବା ବ୍ୟକ୍ତିଗତ ଗୋପନୀୟତାର ସମ୍ପୂର୍ଣ୍ଣ ଉଲ୍ଲଂଘନ’ ବୋଲି ବର୍ଣ୍ଣନା କରିଛି। ଏହା ନିଜତାର ଅଧିକାର ଉପରେ ସିଧାସଳଖ ଆକ୍ରମଣ ଅଟେ। ଏବେ ସରକାରଙ୍କ ଡାକ୍ତରମାନେ କିଏ ଟ୍ରାନ୍ସଜେଣ୍ଡର ଏବଂ କିଏ ନୁହେଁ ବୋଲି ନିର୍ଣ୍ଣୟ କରିବେ। ଏହା ଏକ ଅତ୍ୟନ୍ତ ଅପମାନଜନକ ଓ ପ୍ରତାଡନାମୂଳକ ପ୍ରାବଧାନ ଅଟେ।

ଏହି ବିଲ୍‌ରେ ବିଭିନ୍ନ ଅପରାଧିକ ଧାରାଗୁଡିକୁ ମଧ୍ୟ ଯୋଡାଯାଇଛି। ଗୋଟିଏ ଧାରାରେ କୁହାଯାଇଛି ଯେ ଯଦି କେହି କାହାକୁ ‘ଟ୍ରାନ୍ସଜେଣ୍ଡର ହେବାକୁ ବାଧ୍ୟ କରେ’ ତେବେ ସେଥିପାଇଁ ସମ୍ପୃକ୍ତ ବ୍ୟକ୍ତିକୁ ଦଣ୍ଡ ଭାବେ ଆଜୀବନ କାରାଦଣ୍ଡ ବି ଦିଆ ଯାଇପାରେ। ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଏହି ଅସ୍ପଷ୍ଟ ଧାରାକୁ ଟ୍ରାନ୍ସଜେଣ୍ଡର ବ୍ୟକ୍ତିମାନଙ୍କ ସାଥୀ, ସହାୟକ ଗୋଷ୍ଠୀ କିମ୍ବା ସହଯୋଗୀମାନଙ୍କ ବିରୋଧରେ ମଧ୍ୟ ଦୁରୁପଯୋଗ କରାଯାଇପାରେ।
ବିଲ୍‌ଟିର ସବୁଠାରୁ ଗୁରୁତର ବିଷୟ ହେଉଛି ଯେ ଏହି ଆଇନରେ ଯୌନ ହିଂସାକୁ ବହୁତ ହାଲୁକା ଅପରାଧ ଭାବେ ଦେଖାଯାଇଛି। ଭାରତୀୟ ନ୍ୟାୟ ସଂହିତା (ଈଷବକ୍ସବଗ୍ଧସଚ୍ଚବ ଘଚ୍ଚବଚ୍ଚବ ଝବଦ୍ଭଷସଗ୍ଧବ) ଅନୁସାରେ ଟ୍ରାନ୍ସଜେଣ୍ଡର ମହିଳାଙ୍କ ସହ ଦୁଷ୍କର୍ମ ପାଇଁ ସର୍ବନିମ୍ନ ୧୦ ବର୍ଷର କାରାଦଣ୍ଡ ବ୍ୟବସ୍ଥା ରହିଛି। କିନ୍ତୁ ଏହି ବିଧେୟକରେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ସହ ଯୌନ ଶୋଷଣ ପାଇଁ ସର୍ବାଧିକ ଦଣ୍ଡ ଭାବେ କେବଳ ୨ ବର୍ଷ କାରାଦଣ୍ଡ ରଖାଯାଇଛି। ଏହା ସ୍ପଷ୍ଟ ଭାବେ ଭେଦଭାବପୂର୍ଣ୍ଣ ଏବଂ ସମ୍ବିଧାନର ଅନୁଚ୍ଛେଦ – ୧୪ (ସମାନତାର ଅଧିକାର)ର ଉଲ୍ଲଂଘନ ଅଟେ।

ଏହି ଆଇନ ତିଆରି କରିବାର ପ୍ରକ୍ରିୟାଟି ମଧ୍ୟ ଦେଶର ସଂସଦୀୟ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ସିଧାସଳଖ ଆକ୍ରମଣ କଲା ଭଳି ମନେ ହେଉଛି। ସରକାର ବିଲ୍‌କୁ ଆଗତ କରିବା ପୂର୍ବରୁ ଟ୍ରାନ୍ସଜେଣ୍ଡର ସମୁଦାୟ ସହ କୌଣସି ବିଚାର ବିମର୍ଷ କି ପରାମର୍ଶ କରିନଥିଲେ। ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ଜାତୀୟ ପରିଷଦ (ଘବଗ୍ଧସକ୍ଟଦ୍ଭବକ୍ଷ ଉକ୍ଟଙ୍କଦ୍ଭମସକ୍ଷ ଲକ୍ଟକ୍ସ ଞକ୍ସବଦ୍ଭଗ୍ଦଶରଦ୍ଭୟରକ୍ସ ଚରକ୍ସଗ୍ଦକ୍ଟଦ୍ଭଗ୍ଦ) ଏକ ଆଇନଗତ ସଂସ୍ଥା ହୋଇଥିଲେ ମଧ୍ୟ ଏହାକୁ କୌଣସି ଗୁରୁତ୍ୱ ଦିଆଯାଇ ନଥିଲା। ଏପରିକି ବିଲଟି ପ୍ରସ୍ତୁତ ହେବା ପରେ ସମିତିର ସଦସ୍ୟମାନଙ୍କୁ ଅତ୍ୟନ୍ତ କମ୍‌ ସମୟ ମଧ୍ୟରେ ବୈଠକ ପାଇଁ ଡାକାଯାଇଥିଲା। ସେମାନେ ମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ସମୟ ମାଗିଥିଲେ ମଧ୍ୟ ସେମାନଙ୍କ ସହ ମିଶିବାକୁ ସେ ମନା କରିଥିଲେ ଏବଂ ସେମାନଙ୍କର ପ୍ରସ୍ତାବଗୁଡିକୁ ଏକଦମ୍‌ ଖାରଜ କରି ଦିଆ ଯାଇଥିଲା। ସରକାରଙ୍କ ଉପରୋକ୍ତ ଆଭିମୁଖ୍ୟକୁ ବିରୋଧ କରି ଏହାର ବିରୋଧରେ ସମସ୍ତ ସଦସ୍ୟ ଇସ୍ତଫା ଦେଇଥିଲେ। ସଂସଦରେ ବିରୋଧି ଦଳମାନେ ବିଲ୍‌ ଉପରେ ଅଧିକ ବିଚାର ବିମର୍ଷ ପାଇଁ ଏହାକୁ ଚୟନ ସମିତି (ସିଲେକ୍ଟ କମିଟି)କୁ ପଠାଇବାକୁ ଦାବି କରିଥିଲେ ମଧ୍ୟ ସରକାର ସେମାନଙ୍କ ଦାବିକୁ ଗ୍ରହଣ କରି ନଥିଲେ। ଶେଷରେ ଏହା ଉପରେ ବିରୋଧି ଦଳମାନେ କକ୍ଷତ୍ୟାଗ କରିଥିଲେ। ଶେଷରେ ସରକାର କୌଣସି ଆଲୋଚନା ବିନା ବିଲଟିକୁ ନିଜର ନିଜର ସଂଖ୍ୟାଗରିଷ୍ଠତା ବଳରେ ଗୃହିତ କରାଇଥିଲେ।

ଟ୍ରାନ୍ସଜେଣ୍ଡରଙ୍କ ଅଧିକାରର ସୁରକ୍ଷା ପାଇଁ ଗଠିତ ସୁପ୍ରିମ କୋର୍ଟଙ୍କ ପରାମର୍ଶଦାତା ସମିତି ମଧ୍ୟ ଏହି ବିଲ୍‌ ଘଇଖଝଇ ଙ୍ଖ. ଟଦ୍ଭସକ୍ଟଦ୍ଭ କ୍ଟଲ ଓଦ୍ଭୟସବ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟର ବିରୁଦ୍ଧାଚରଣ କରିଛନ୍ତି। ଅତଏବ ଏହାକୁ ପ୍ରତ୍ୟାହାର କରି ନିଆଯିବା ଉଚିତ ବୋଲି ସ୍ପଷ୍ଟ କରିଥିଲା। କିନ୍ତୁ ସରକାର ସେହି ପରାମର୍ଶକୁ ମଧ୍ୟ ସମ୍ପୂର୍ଣ୍ଣ ଅଣଦେଖା କରିଦେଇ ଥିଲେ। ଦେଶର ୮୦ରୁ ଅଧିକ ଟ୍ରାନ୍ସଜେଣ୍ଡର ସଂଗଠନ, ୪୦ ହଜାରରୁ ଅଧିକ ବ୍ୟକ୍ତିଙ୍କ ହସ୍ତାକ୍ଷର ଅଭିଯାନ ଓ ୨୦ ହଜାରରୁ ଅଧିକ ଇମେଲ୍‌ ମାଧ୍ୟମରେ ଦିଆଯାଇଥିବା ଆପତିଗୁଡିକୁ ମଧ୍ୟ ସରକାର ସମ୍ପୂର୍ଣ୍ଣ ଅଣଦେଖା କରି ଦେଇଛନ୍ତି।

ଭାରତରେ ପ୍ରଥମରୁ ହିଁ ଏଲ୍‌ଜିବିଟିକ୍ୟୁ ବ୍ୟକ୍ତିମାନଙ୍କ ପାଇଁ ପ୍ରତିଦିନର ଜୀବନ ଏକ ସଂଘର୍ଷ ଭରା ଅନୁଭବ ଅଟେ। ପରିବାରରୁ ବାହାର କରି ଦିଆଯିବା ସବୁଠାରୁ ସାଧାରଣ ଆରମ୍ଭ ହୋଇଥାଏ। ଯେତେବେଳେ କାହାର ସ୍ୱାଭାବିକ ଠାରୁ ଭିନ୍ନ ଯୌନ ପ୍ରବୃତି କିମ୍ବା ଲିଙ୍ଗ ପରିଚୟ ପ୍ରକାଶ ପାଏ, ପରିବାର ସଦସ୍ୟମାନେ ପ୍ରାୟତଃ ସେହି ଭିନ୍ନ ବାସ୍ତବତାକୁ ଗ୍ରହଣ କରିବା ପରିବର୍ତେ ତାଙ୍କୁ ଘୃଣା, ଭେଦଭାବ ଓ ନିର୍ଯ୍ୟାତନା ଦେବା ଆରମ୍ଭ କରିଥାନ୍ତି। ପରିବାରର ସମ୍ମାନହାନୀ ନାଁରେ ତାଙ୍କୁ ଅନେକ ସମୟରେ ଘରୁ ତଡି ଦିଅନ୍ତି ଅଥବା ତାଙ୍କୁ ଗୃହତ୍ୟାଗ କରିବାକୁ ବାଧ୍ୟ କରିଥାନ୍ତି। ଏହା ପରେ ସେମାନଙ୍କୁ ବଂଚିବା ପାଇଁ ରାସ୍ତାରେ ଭିକ୍ଷା ମାଗିବାକୁ, ଯୌନବୃତି କରିବାକୁ ଅଥବା ଗୀତ ଗାଇ ଅର୍ଥ ସଂଗ୍ରହ କରିବାକୁ ବାଧ୍ୟ ହେବାକୁ ପଡିଥାଏ। ଅନ୍ୟମାନଙ୍କ ପରି କାମ କରି ସାଧାରଣ ଜୀବନ ଯାପନ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡେ। ଏଭଳି ଉପାୟରେ ଏକ ସୀମିତ ଉପାର୍ଜନରେ ଜୀବନ ଜିଇଁବାକୁ ସଂଘର୍ଷ କରୁଥିବା ଏହି ଲୋକମାନଙ୍କ ଉପରେ ସମାଜର ଶାରୀରିକ ଓ ମାନସିକ ଆକ୍ରମଣ ଏକ ଦୈନନ୍ଦିନ ଘଟଣାରେ ପରିଣତ ହୋଇଯାଏ। ଗୋଟିଏ ଅଧ୍ୟୟନ ଅନୁଯାୟୀ, ପ୍ରାୟ ୮୦ ପ୍ରତିଶତ ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଜୀବନରେ କେବେ ନା କେବେ ଯୌନ ଆକ୍ରମଣର ମଧ୍ୟ ସମ୍ମୁଖୀନ ହୋଇଥିବା ଜଣାପଡିଛି।

ପୁଲିସ ଥାନା ମଧ୍ୟ ସେମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ନୁହେଁ। ସେଠାରେ ଅପମାନ, ଗାଳି ଗୁଲୁଜ, ବଳପୂର୍ବକ ଅର୍ଥ ଆଦାୟ ଓ ମନଇଚ୍ଛା ଗିରଫ କରିବା ଏକ ସାଧାରଣ ଘଟଣା ଅଟେ। ଅଗଷ୍ଟ ୨୦୨୫ରେ କେରଳ ପୁଲିସ ଏଭଳି ଗୋଟିଏ ଗ୍ୟାଙ୍ଗକୁ ଧରିଥିଲା, ଯେଉଁମାନେ ଇଂଟରନେଟ୍‌ରେ ଡେଟିଂ ଆପ୍‌ ମାଧ୍ୟମରେ ଏଲ୍‌ଜିବିଟିକ୍ୟୁ ଲୋକଙ୍କୁ ଲକ୍ଷ୍ୟ କରି ଲକ୍ଷାଧିକ ଟଙ୍କା ଠକି ନେଉଥିଲେ। ସବୁଠାରୁ ଦୁଃଖଦାୟକ କଥା ହେଉଛି ଯେ ଅଧିକାଂଶ ପୀଡିତ ଅଭିଯୋଗ ମଧ୍ୟ କରିନଥିଲେ। କାରଣ ସେମାନଙ୍କୁ ଭୟ ଥିଲା ଯେ ଅଭିଯୋଗ କଲେ ତାଙ୍କର ଯୌନ ପରିଚୟ ପ୍ରକାଶ ପାଇଯିବ ଏବଂ ସାମାଜିକ ପ୍ରତାଡନାର ଶିକାର ହେବାକୁ ପଡିବ।

ଟ୍ରାନ୍ସଜେଣ୍ଡର ବ୍ୟକ୍ତି ପ୍ରତି ସ୍ୱାସ୍ଥ୍ୟସେବା ପ୍ରଦାନରେ ଭେଦଭାବ ମଧ୍ୟ ଲଜ୍ଜାଜନକ ଅଟେ। ସରକାରୀ ଡାକ୍ତରଖାନାରେ ମଧ୍ୟ ଡାକ୍ତରମାନେ ଟ୍ରାନ୍ସଜେଣ୍ଡର ରୋଗୀଙ୍କୁ ଛୁଇଁବାକୁ ମଧ୍ୟ ପଛଘୁଂଚା ଦେଇଥାନ୍ତି, ଦୂରରୁ ଔଷଧ ଲେଖି ପଠାଇ ଦେଇଥାନ୍ତି। ଭାରତର ୨୦୧୭ର ରକ୍ତଦାନ ନିୟମାବଳୀ ଅନୁସାରେ ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଓ ପୁରୁଷଙ୍କ ସହ ଯୌନ ସମ୍ପର୍କ ରଖୁଥିବା ପୁରୁଷମାନଙ୍କୁ (ଗଝଗ) ଆଜୀବନ ରକ୍ତଦାନରୁ ବଂଚିତ କରାଯାଇଛି। ଏହି ବିଷୟଟି ଯଦିଓ ବର୍ତମାନ ପାଇଁ ସୁପ୍ରିମ କୋର୍ଟରେ ବିଚାରାଧୀନ ରହିଛି, କିନ୍ତୁ ଆଜି ବି ଏହି ଭେଦଭାବ ଅବ୍ୟାହତ ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଚଗଇଣ) ପରି କେନ୍ଦ୍ରୀୟ ଯୋଜନାର ଲାଭ ମଧ୍ୟ ଏଯାଏଁ ବହୁତ କମ୍‌ ଟ୍ରାନ୍ସଜେଣ୍ଡର ଲୋକଙ୍କ ପାଖରେ ପହଂଚି ପାରିଛି। ୨୦୧୯ର ଆଇନ ଅନୁସାରେ ଏପର୍ଯ୍ୟନ୍ତ ଦେଶରେ କେବଳ ୩୨,୫୦୦ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ହିଁ ପରିଚୟ ପତ୍ର ମିଳିପାରିଛି। ଏହି ପତ୍ର ସରକାରୀ ଯୋଜନାର ଲାଭ ପାଇବା ପାଇଁ ଅନିବାର୍ଯ୍ୟ ଅଟେ।

ସରକାର ଆଣିଥିବା ଏହି ବିଲକୁ ଯଦିଓ ଅନେକ ଲୋକ ବିରୋଧ କରୁଛନ୍ତି, କିନ୍ତୁ କିଛି ଲୋକ ସମର୍ଥନ କରିବା ମଧ୍ୟ ଦେଖାଯାଇଛି। କାରଣ ସେମାନେ ଟ୍ରାନ୍ସଜେଣ୍ଡର ସମୁଦାୟର କିଛି ଲୋକଙ୍କ ଦ୍ୱାରା ରେଳଯାତ୍ରା ସମୟରେ ସାଧାରଣ ଯାତ୍ରୀଙ୍କ ଠାରୁ ଜବରଦସ୍ତି ଅର୍ଥ ଆଦାୟ କିମ୍ବା ଭିକ୍ଷା ମାଗିବା ପାଇଁ ଚାପ ସୃଷ୍ଟି କରାଯାଉଥିବା ପ୍ରବୃତିକୁ ଦେଖି, ସେମାନଙ୍କ ଅଧିକାର ସଙ୍କୁଚିତ କରିବା ପକ୍ଷରେ ଯୁକ୍ତି କରୁଛନ୍ତି। କିନ୍ତୁ ବାସ୍ତବତା ହେଉଛି ଯେ ଏହିପରି କାର୍ଯ୍ୟର ପଛରେ ଗଭୀର ସାମାଜିକ-ଆର୍ଥିକ କାରଣ ରହିଛି। ଶହ ଶହ ବର୍ଷ ଧରି ସେମାନେ ଘୃଣା, ଭେଦଭାବ ଓ ଏକରକମ ସାମାଜିକ ବାସନ୍ଦର ଶିକାର ହେବା, ଶିକ୍ଷା ଓ ଚାକିରୀରୁ ବଂଚିତ ହେବା ଓ ପରିବାର ଦ୍ୱାରା ବହିଷ୍କୃତ ହେଉଥିବା ଏହି ସମୁଦାୟ ବାଧ୍ୟ ହୋଇ ପେଟ ପୋଷିବା ପାଇଁ ପାରମ୍ପରିକ (ଭିକ୍ଷା, ଗାୟନ, ଯୌନକର୍ମ) ଏବଂ କେବେ କେବେ ଅବୈଧ ଉପାୟ ଉପରେ ନିର୍ଭର କରୁଛନ୍ତି। ନିଜର ଏହି ନାଗରିକମାନଙ୍କ ପ୍ରତି ରାଷ୍ଟ୍ରର ଅବହେଳା ଓ ପୁଲିସର ସମ୍ବେଦନହୀନତା ତଥା ସମାଜର ଅବହେଳା, ଅପମାନ ଓ କଳଙ୍କିତ କରିବା, ଏହି ସମସ୍ୟାକୁ ଜନ୍ମ ଦେଇଛି।

ସଂକ୍ଷେପରେ କହିବାକୁ ଗଲେ, ଏହି ନୂତନ ଟ୍ରାନ୍ସଜେଣ୍ଡର ଆଇନ ଘଇଖଝଇ ଙ୍ଖ. ଟଦ୍ଭସକ୍ଟଦ୍ଭ କ୍ଟଲ ଓଦ୍ଭୟସବ ଓ ଘବଙ୍ଖଗ୍ଧରହ ଝସଦ୍ଭଶଷ ଔକ୍ଟଷବକ୍ସ ଙ୍ଖ. ଟଦ୍ଭସକ୍ଟଦ୍ଭ କ୍ଟଲ ଓଦ୍ଭୟସବ ପରି ଐତିହାସିକ ରାୟମାନଙ୍କୁ ପଛକୁ ଫେରାଇ ଦେଉଛି। ଏହା ‘ହିଞ୍ଜଡା-କିନ୍ନର’ ପରି ପୁରୁଣା ପରିଚୟକୁ ମାନିଥିଲେ ମଧ୍ୟ ଟ୍ରାନ୍ସ ପୁରୁଷ, ଟ୍ରାନ୍ସ ମହିଳା, ନନ୍‌-ବାଇନେରୀ ପରି ଆଧୁନିକ ପରିଚୟମାନଙ୍କୁ ‘ପାଶ୍ଚାତ୍ୟ’ ଅବଧାରଣା ବୋଲି କହି ଏକଦମ୍‌ ଖାରଜ କରୁଛି।

ଏହି ଆଇନ ଆତ୍ମ-ପରିଚୟର ଅଧିକାରକୁ ପ୍ରତ୍ୟାହାର କରିନେଇଛି, ମେଡିକାଲ୍‌ ବୋର୍ଡ ମାଧ୍ୟମରେ ନିଜତା ବା ବ୍ୟକ୍ତିଗତ ଗୋପନୀୟତା ଉପରେ ଆକ୍ରମଣ କରିଛି। ସେମାନଙ୍କ ପ୍ରତି ଯୌନ ହିଂସାକୁ ହାଲୁକା ଅପରାଧ ଭାବେ ବିଚାର କରିଛି ଏବଂ ଏହି ସମୁଦାୟର ଏକ ବଡ ଅଂଶକୁ ଆଇନଗତ ସୁରକ୍ଷାର ପରିଧିରୁ ବାହାର କରିଦେଇଛି। ସବୁଠାରୁ ବଡ କଥା ହେଲା, ଏସବୁ କରିବାର କରିବାର ପ୍ରକ୍ରିୟାଟି ମଧ୍ୟ ଅତ୍ୟଧିକ ନିରଙ୍କୁଶ ଥିଲା।ଏହି ପରିସ୍ଥିତିରେ ଏଲ୍‌ଜିବିଟିକ୍ୟୁ ସମୁଦାୟର ସଂଘର୍ଷ ସହ ଠିଆ ହେବା ଏବଂ ଏହି ଆଇନକୁ ରଦ୍ଦ କରିବା ପାଇଁ ଦାବି କରିବା ଅତ୍ୟାବଶ୍ୟକ ମନେହୁଏ।