❀❣️କର୍ମର ଫୁଲ – ଫଳର କ୍ଷେତ❣️❀

ମନୁଷ୍ୟ ଜୀବନ ଏକ କ୍ଷେତ ଅଟେ, ଯେଉଁଥିରେ କର୍ମର ବୀଜ ବୁଣାଯାଏ । ଏବଂ ଏହାର ଭଲ ମନ୍ଦ ଫସଲ ଅମଳ କରାଯାଏ । ଯିଏ ଆଚ୍ଛା କର୍ମ କରେ, ସେ ଭଲ ଫଳ ପାଏ, ମନ୍ଦ କର୍ମ କରୁଥିବା ଲୋକ ଖରାପକୁ ଗୋଟେଇ ଥାଏ। – କାହାଣୀ ରହିଛି-ଆମ୍ବ ଲଗାଇବ ତ ଆମ୍ବ ଖାଇବ, ଯିଏ ବବୁରୀ ଗଛ ଲଗାଇବା, ସେ କଣ୍ଟା ପାଇବ । ବବୁରୀ ଗଛ ଲଗାଇ ଯେଉଁପରି ଆମ୍ବ ପ୍ରାପ୍ତ କରିବା ପ୍ରକୃତିର – ସତ୍ୟ ନୁହେଁ, ସେହିପ୍ରକାର ମନ୍ଦ କର୍ମର ବୀଜ ବୁଣି, ଭଲ ପାଇନେବାର କଳ୍ପନା ମଧ୍ୟ କରାଯାଇପାରେ ନାହିଁ।

ମନୁଷ୍ୟ ଜୀବନରେ ମଧ୍ୟ ଏହି ସତ୍ୟ ବ୍ୟତୀତ ଅନ୍ୟ କିଛି ନାହିଁ। ଯେପରି ଭଲ କରିବାର ଫଳ ସୁଖ, ଶାନ୍ତି ଏବଂ ପ୍ରଗତି ବ୍ୟତୀତ ଆଉ କିଛି ହୋଇପାରେ ନାହିଁ । ସେହିପରି ମନ୍ଦକର୍ମର ପ୍ରତିଫଳ ଦୁଃଖ, ଅଶାନ୍ତି ଏବଂ ଅଗତି ହୁଏ ନାହିଁ, ଏପରି ଆଜି ପର୍ଯ୍ୟନ୍ତ କେବେ ନା ହୋଇଛି, ନା ଆଗକୁ ହେବ। ଇତିହାସ ଏହାର ସାକ୍ଷୀ ଅଟେ ।

କାର୍ଯ୍ୟ କେବେ କାରଣରହିତ ହୁଏ ନାହିଁ, ଏବଂ ସେହିପରି କୌଣସି ମଧ୍ୟ କ୍ରିୟା ପରିଣାମରହିତ ହୁଏ ନାହିଁ । ସ୍ଥୁଳ ଏବଂ ସୂକ୍ଷ୍ମ ଉଭୟ ଦୃଷ୍ଟିରୁ ସୃଷ୍ଟିର ଏହି ମୌଳିକ ନିୟମ ରହିଛି କି ଭାଗ୍ୟ କେବେ ନିଜକୁ ନିଜେ ତିଆରି ହୁଏ ନାହିଁ, ବରଂ ଏହା ବ୍ୟକ୍ତିର କର୍ମର କଲମରେ ଲେଖାଯାଏ। ଭଲ କିମ୍ବା ମନ୍ଦ ଭାଗ୍ୟ ସର୍ବଦା ନିଜର ହିଁ କର୍ମର ଫଳ ହୋଇଥାଏ।

ବ୍ୟକ୍ତି ହେଉ, ସମାଜ ବା ରାଷ୍ଟ୍ର ହେଉ – ଏହା ମନ୍ଦ କର୍ମରେ ଉନ୍ନତି କରିବ, ତାହା ଏକ ଭ୍ରମ ଅଟେ। ଜୀବନ ପ୍ରତ୍ୟେକ କ୍ଷଣର ହିସାବ ରଖେ। ଠକାମୀର ସଫଳତା ଶେଷରେ ପତନ ଓ ଅପଯଶର କାରଣ ବନିଥାଏ। ଶେଷ ପର୍ଯ୍ୟନ୍ତ ସାଥୀ ଦେଉଥିବା ସଫଳତା ଭଲର ଅଟେ । ଏହାଦ୍ଵାରା ମନୁଷ୍ୟର ଲୋକ-ପରଲୋକ ସୁଧୁରିଯାଏ। କର୍ମଫଳ ତ ଅକାଟ୍ୟ।