ନୂଆ ବର୍ଷ ର ଅନୁଭୂତି ?

ମୋ ଛୋଟ ବେଳ ର ଅନୁଭୂତି ଏବେ ମନେ ଅଛି ବାଟରେ….

ମୋ ଛୋଟ ବେଳ ର ଅନୁଭୂତି ଏବେ ମନେ ଅଛି ବାଟରେ ଗଲା ବେଳେ ସ୍କୁଲ ଯିବା ରାସ୍ତାରେ ଗୋଟିଏ ଦୋକାନ ପଡେ ଗଦା ଭାଇ ସିଏ ଜଣେ ଭିନ୍ନକ୍ଷମ ନିଜେ ଦୋକାନ ଦେଇଛନ୍ତି।ନୂଆ ବର୍ଷ ଆସିଲେ ଗ୍ରୀଟିଙ୍ଗସ ବିକନ୍ତି ସେ ଅନୁଭୂତି ଏବେ ବି ମନେ ଅଛି। ୫୦ ପଇସାର ଗ୍ରୀଟିଙ୍ଗସ କାର୍ଡ..
ସେଥିରେ ଜଗନ୍ନାଥ..ଲକ୍ଷ୍ମୀ..ରାମଚନ୍ଦ୍ର…ହନୁମାନଙ୍କ ଫଟୋ..
ସେହିପରି..
ସନ୍ନି ଦେଓଲ..ମିଥୁନ..ସୁନୀଲ ସେଟ୍ଟୀ..କରିସ୍ମା କାପୁର କିମ୍ବା କାଜଲଙ୍କ ଫଟୋ..

ଆଉ ସେ ଗ୍ରୀଟିଙ୍ଗସର ପଛପଟେ ଲେଖାଥିବ…

1.ପର୍ବତ ଉପରେ ଘର କରିଥିଲି..ପବନ ଉଡେଇ ନେଲା..ତୁମପରି ସାଙ୍ଗ ପାଇଥିଲି..ଝୁରିଝିରି ଦିନ ଗଲା…
2.ସାରୁ ପତରରେ ପାଣି ପଡିଗଲେ ପାଣି ହୁଏ ଟଳମଳ…ତୁମକଥା ମୋର ମନେ ପଡିଗଲେ ଆଖି ହୁଏ ଛଳଛଳ…
3.ଗୋଲାପ ଗଛରେ ବହୁତ କଣ୍ଟା..ତୁମ କଥା ମନେପଡେ ଘଣ୍ଟାକୁ ଘଣ୍ଟା…
4.ଟେବୁଲ ଉପରେ ଟମାଟୋ ଖଟା.. ସାଙ୍ଗକୁ ମୋର ଠିଆ ଗୋଇଠା..
5..ବାଡ଼ିରେ ଫଳିଛି ବାଇଗଣ..ସାଙ୍ଗକୁ ମୋର ଟେକିଆଣ..
6..ହାତୀ ଚାଲେ ଦମ ଦମ..ସାଙ୍ଗକୁ ମୋର welcome
7..ଥାଳିରେ ମୋର ଫୁଲ ଚନ୍ଦନ..ସାଙ୍ଗକୁ ମୋର ଅଭିନନ୍ଦନ..
8.One glass water,one glass bear..
Ohh my dear,Happy new year…

ଏମିତି ଅନେକ ଲାଇନ ଆଉ ତା ସହିତ ନୂତନ ବର୍ଷର ଅଭିନନ୍ଦନ ବାର୍ତ୍ତା..

ସେ ପିଲାଦିନ କଣ ସତରେ ଆଉ ଫେରିବା!!!

ଆପଣଙ୍କର ମନେ ଅଛି ଏମିତି କିଛି ଢଗ????