ପ୍ରେମରେ ପଡିଲେ ଅଭିନେତ୍ରୀ ଇଲିଆନା

ଇଲିଆନା କ୍ୟାଟ୍ରିନାଙ୍କ ଭାଇଙ୍କୁ ଡେଟ କରୁଥିବା ନେଇ୍‌ ଚର୍ଚ୍ଚା ଚାଲିଛି…….

ମୁମ୍ବାଇ: ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ଖୁବଶୀଘ୍ର ସେ ହେବେ ହାତକୁ ଦି ହାତ । ସେ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଭାଇ ସେବାଷ୍ଟିଅନ କୈଫଙ୍କୁ ବିବାହ କରିବେ । ବି-ଟାଉନରେ ଏଭଳି କିଛି ଚର୍ଚ୍ଚା ଚାଲିଛି । ନିକଟରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ତାଙ୍କର ୩୯ ତମ ଜନ୍ମଦିନ ପାଳନ କରିଛନ୍ତି । କ୍ୟାଟ୍ରିନାଙ୍କ ତାଙ୍କ ଜନ୍ମଦିନ ସେ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ମାଲଦ୍ୱୀପରେ ପାଳନ କରିଥିବା ଦେଖିବାକୁ ମିଳିଥିଲା । ଯାହା ଫଟୋରେ କ୍ୟାଟ୍ରିନା ସ୍ୱାମୀ ବିକ୍କି କୌଶଲ, ସନ୍ନି କୌଶଲ, ମିନି ମଥୁର, ଭାଇ ସେବାଷ୍ଟିଅନ, ଆନନ୍ଦ ତିୱାରୀ ଏବଂ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ନଜର ଆସିଥିଲେ ।

ହେଲେ ବର୍ତ୍ତମାନ ଏହି ନୂଆ ଖବର ଶୁଣିବାକୁ ମିଳୁଛି । ଇଲିଆନା କ୍ୟାଟ୍ରିନାଙ୍କ ଭାଇଙ୍କୁ ଡେଟ କରୁଥିବା ନେଇ୍‌ ଚର୍ଚ୍ଚା ଚାଲିଛି । କୁହାଯାଉଛି ଉଭୟ ପରସ୍ପରକୁ ଡେଟ କରୁଛନ୍ତି । ରିପୋର୍ଟ ମୁତାବକ, ଇଲିଆନା ଖୁବଶୀଘ୍ର କ୍ୟାଟ୍ରିନାଙ୍କ ଭାଉଜ ହେବାକୁ ଯାଉଥିବା ସୋଶାଲ ମିଡିଆରେ ଖବର ଘୁରି ବୁଲୁଛି ।