ରାଶିଫଳ ମଙ୍ଗଳବାର: ଗଭୀର ଆତ୍ମବିଶ୍ୱାସ ଆପଣଙ୍କୁ ସଫଳତା ଆଡକୁ ନେଇଯିବ

ରାଶିଫଳ ମଙ୍ଗଳବାର ତା ୨୬-୦୭-୨୦୨୨

ମେଷ ରାଶି: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ | ବିନା ବାଧାରେ ଧନ ଅର୍ଜନ କରିପାରିବେ | ଅନ୍ୟକୁ ଦେଇଥିବା ଧନ ମିଳିବାର ସମ୍ଭାବନା ଅଛି | ପିଲାମାନେ ଅଧ୍ୟୟନ ପାଇଁ ସାହାଯ୍ୟ ମାଗିପାରନ୍ତି | ଆପଣଙ୍କ ପ୍ରେମ ଆଗକୁ ଗତି କରିବ | ଆପଣଙ୍କ ଦକ୍ଷତା ବୃଦ୍ଧି ପାଇଁ ନୂତନ ବୈଷୟିକ ଜ୍ଞାନ କୌଶଳର ସାହାଯ୍ୟ ନିଅନ୍ତୁ | ଆପଣଙ୍କ ଦକ୍ଷତା ଅନ୍ୟମାନଙ୍କୁ ପ୍ରଭାବିତ କରିବ | ସମୟର ସଦୁପଯୋଗ ପାଇଁ ପିଲାଙ୍କୁ ପରାମର୍ଶ ଦେଇପାରନ୍ତି | ଜୀବନସାଥୀ ଆପଣଙ୍କ ମନକୁ ଠିକ ଭାବରେ ବୁଝିପାରିବେ |

ବୃଷ ରାଶି : ବନ୍ଧୁମାନଙ୍କ ସହଯୋଗ ପାଇ ଆପଣଙ୍କ ଯାତ୍ରା ସଫଳ ହେବାର ସମ୍ଭାବନା ଅଛି | ବିଭିନ୍ନ ସୂତ୍ରରୁ ଧନାଗମ ସମ୍ଭାବନା ଅଛି | ଆଜି ଆପଣଙ୍କ ପ୍ରିୟଜନଙ୍କ ଯୋଗୁଁ ପ୍ରେମରେ ବାଧା ସୃଷ୍ଟି ହୋଇପାରେ | ଯୋଜନାବଦ୍ଧ ପଦକ୍ଷେପ ଲାଭଦାୟକ ସାବ୍ୟସ୍ତ ହେବ | ଦୂରବନ୍ଧୁ ଆପଣଙ୍କୁ ସହଯୋଗ କରିବେ ; ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି | ଜୀବନ-ସାଥୀ ସହିତ ବିବାଦର ସୂତ୍ରପାତ ଘଟିପାରେ |

ମିଥୁନ ରାଶି : ସମାଲୋଚନାର ଶିକାର ହୋଇପାରନ୍ତି | ବିତର୍କରୁ ଦୁରେଇ ରୁହନ୍ତୁ | କାହାରି କାନକୁହା କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ | ଆଜି କୌଣସି ନିକଟ ସମ୍ପର୍କୀୟଙ୍କ ସହିତ ଝଗଡା ଆପଣଙ୍କୁ ଖର୍ଚ୍ଚାନ୍ତ କରିପାରେ | ଘର କିମ୍ବା ଆଖପାଖରେ କିଛି ପରିବର୍ତ୍ତନ କରିପାରନ୍ତି | ଆପଣଙ୍କ ମନପକ୍ଷୀ ଆପଣଙ୍କୁ ଦିଗନ୍ତକୁ ନେଇଯିବ ; ଯାହାର ପରିଣାମ ଆପଣଙ୍କୁ ସୁଖଦ ଅନୁଭୂତି ଦେବ | ଚରିତ୍ରକୁ କଳଙ୍କମୁକ୍ତ ରଖନ୍ତୁ | ଲୋକମାନେ ଆପଣଙ୍କ ଦକ୍ଷତାକୁ ପ୍ରଂଶସା କରିବେ; ଚଳଚିତ୍ର ବା ୱେବ ସିରିଜ଼ ଦେଖି ସମୟ ଅତିବାହିତ କରିପାରନ୍ତି | ଆପଣଙ୍କ ପ୍ରତି ଜୀବନସାଥୀଙ୍କ ମନରେ ଅନୁରାଗ ବୃଦ୍ଧି ପାଇବ | ବୈବାହିକ ଜୀବନ ସରସ ସୁନ୍ଦର ହେବ |

କର୍କଟ ରାଶି : ଗଭୀର ଆତ୍ମବିଶ୍ୱାସ ଆପଣଙ୍କୁ ସଫଳତା ଆଡକୁ ନେଇଯିବ | ଆପଣଙ୍କୁ ଖର୍ଚ୍ଚାନ୍ତରେ ପକାଉଥିବା ବନ୍ଧୁମାନେ ଆଜି ଆପଣଙ୍କଠାରୁ ଦୁରେଇ ରହିବେ | ପରିବାରଠାରୁ ପ୍ରଶଂସା ପାଇବେ | ପ୍ରେମର ବନ୍ଧନ ଆପଣଙ୍କୁ ଦୃଢ ଭାବେ ଗଢି ତୋଳିବ | ଯୋଜନାକୁ ସଫଳ କରିବ ପାଇଁ ଆଗକୁ ପାଦ ବଢ଼ାନ୍ତୁ | ଛାତ୍ର ଛାତ୍ରୀମାନେ ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ | ସୁନ୍ଦର ଭବିଷ୍ୟତ ପାଇଁ ସାଙ୍ଗସାଥିଠାରୁ ଦୁରେଇ ରୁହନ୍ତୁ | ବୈବାହିକ ଜୀବନ ପାଇଁ ଉପଯୁକ୍ତ ସମୟ ଆସିଛି | ଜୀବନ-ସାଥୀଙ୍କ ନିକଟରେ ମନର କଥା କୁହନ୍ତୁ |

ସିଂହ ରାଶି : କାର୍ଯ୍ୟଚାପ କାରଣରୁ କ୍ଲାନ୍ତ ଅନୁଭବ କରିପାରନ୍ତି | ଆଜି ନୂଆ ଜ୍ଞାନ ଲାଭ କରିବେ ଓ ଆର୍ଥିକ ଲାଭ ପାଇବେ | ଦୃଢ ଇଛାଶକ୍ତି ବଳରେ ଆପଣ ଘରୋଇ ବିବାଦର ସମାଧାନ କରିବେ | ପ୍ରେମର ଦୃଷ୍ଟିକୋଣରୁ ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଦାୟକ | ନିଜର କାମ ଉପରେ ବେଶୀ ଧ୍ୟାନ ଦେବା ଉଚିତ ନଚେତ ଉପରିସ୍ଥ କର୍ମଚାରୀଙ୍କ ସହ ନଜରରେ ଆପଣଙ୍କର ନକାରାତ୍ମକ ଛବି ବନିପାରେ | ନିଜର ଦୁର୍ବଳତା ଉପରେ ଆପଣଙ୍କୁ ବହୁତ ଧ୍ୟାନ ଦେବା ଉଚିତ |

କନ୍ୟା ରାଶି : ଘରେ କାମ କଲାବେଳେ ସାବଧାନ ରୁହନ୍ତୁ | ଘରୋଇ ଜିନିଷକୁ ଅଣଦେଖା କରିବା ଫଳରେ ବିପଦରେ ପଡିପାରନ୍ତି | ଅଯଥା ଖର୍ଚ୍ଚ କରନ୍ତୁ ନାହିଁ | ସାମାଜିକ ଉତ୍ସବରେ ଭାଗ ନେଇ ପ୍ରଭାବଶାଳୀ ଲୋକଙ୍କ ସହିତ ସମ୍ପର୍କ ବୃଦ୍ଧି କରିବେ | ଭାବିଚିନ୍ତି ଆଗକୁ ପାଦ ବଢ଼ାନ୍ତୁ; ସୁନ୍ଦର ଭବିଷ୍ୟତ ପାଇଁ ବାଟ ଫିଟିଯିବ | ପରିବାର ଭିତରେ ସଦ୍ଭାବ ବଜାୟ ରହିବ; ଆପଣଙ୍କର ସମ୍ପର୍କ ଆହୁରି ବଢିବ | ବୈବାହିକ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଉତ୍ତମ ଦିନ ଅଛି |

ତୁଳା ରାଶି : ଆପଣ ଖାଲି ସମୟର ଆନନ୍ଦ ନେଇପାରିବେ | କୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତି ହୋଇପାରେ; ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ | ଆପଣଙ୍କ ଉତ୍ତମ ବ୍ୟବହାର ଅନ୍ୟକୁ ପ୍ରଭାବିତ କରିବ | ଜୀବନ-ସାଥିଙ୍କର ସମ୍ପର୍କୀୟ ଆପଣଙ୍କୁ ଚିନ୍ତାରେ ପକାଇ ପାରନ୍ତି | ବରିଷ୍ଠ ଲୋକଙ୍କୁ ଅବହେଳା କରନ୍ତୁ ନାହିଁ | ସ୍ୱାଧୀନ ମତ ଦେବାକୁ ସଙ୍କୋଚ କରନ୍ତୁ ନାହିଁ | ଖରାପ ବ୍ୟବହାର କାରଣରୁ ଆପଣଙ୍କ ଜୀବନ-ସାଥୀ ଅସନ୍ତୁଷ୍ଟ ହୋଇ ପାରନ୍ତି |

ବିଛା ରାଶି : ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ; ନିୟମିତ ବ୍ୟୟାମ କରନ୍ତୁ | ଆର୍ଥିକ ଅବସ୍ଥାରେ ନିହାତି ସୁଧାର ଆସିବ- କିଂତୁ ସମାନ ଭାବରେ ଖର୍ଚ ଆପଣଙ୍କୁ ବ୍ୟସ୍ତ ରଖିବ | ଆଜି ନିଜ ସାଥୀ କଥା ଶୁଣିକି ମନଦୁଃଖ ହୋଇପାରେ | ମନର ଭାବନାକୁ ନିଯନ୍ତ୍ରଣରେ ରଖନ୍ତୁ ନହେଲେ ପରେ ପଶ୍ଚାତାପ କରିବାକୁ ପଡିପାରେ | ବରିଷ୍ଠ ସହକର୍ମୀ ଓ ବନ୍ଧୁ-ବାନ୍ଧବ ସାହାଯ୍ୟ ପାଇଁ ହାତ ବଢ଼ାଇବେ | ଆଜି ନିଜ ପାଇଁ ସମୟ କାଢ଼ି ପାରିବେନି | ଜୀବନସାଥିଙ୍କ ସହ ମନାନ୍ତର ଘଟିପାରେ I

ଧନୁ ରାଶି : ଆପଣଙ୍କ ଆଶା କ୍ରମେ ଦୃଢ ହେବ | ଭାଇଭଉଣୀଙ୍କ ଠାରୁ ଧାର କରଜ କରିପାରନ୍ତି | ଆପଣଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ ; ସତର୍କ ରୁହନ୍ତୁ | ଆପଣଙ୍କର ଜିଦ ସ୍ଵଭାଵ ପରିବାର ଲୋକ ଓ ଜୀବନସାଥୀ ଅପମାନିତ ହୋଇପାରନ୍ତି | ପ୍ରିୟଜନଙ୍କ ସହ ସମୟ କାଟି ପାରନ୍ତି; କୂଟନୀତି ପ୍ରୟୋଗ କରି ବିପଦର ସାମ୍ନା କରିବେ | ପ୍ରଭାବଶାଳୀ ଲୋକଙ୍କୁ ଭେଟିବାର ସମ୍ଭାବନା ଅଛି | ଜୀବନସାଥିଙ୍କ ସହ ଉତ୍ତମ ସମୟ କାଟିବେ |

ମକର ରାଶି : ଅଦରକାରୀ କାମରେ ହସ୍ତକ୍ଷେପ କରନ୍ତୁ ନାହିଁ | ନିଜ କାମରେ ମନ ଦିଅନ୍ତୁ | ଦୂର ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ | ଆଜି ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି ହୋଇପାରେ | ବିଶେଷତଃ ଆପଣଙ୍କର ପର୍ସ ପ୍ରତି ଧ୍ୟାନ ରଖନ୍ତୁ | ଅନ୍ୟକୁ ପରିହାସ କରି ଆପଣ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବେ | ସାମାନ୍ୟ ଦ୍ଵନ୍ଦ ହେଲେ ମଧ୍ୟ ଆପଣଙ୍କ ପ୍ରେମ ସମ୍ପର୍କ ଭଲ ରହିବ | ସବୁ କାମକୁ ଯତ୍ନର ସହ କରି ପ୍ରଶଂସାର ପାତ୍ର ହେବେ | କୌଣସି ବନ୍ଧୁଙ୍କ ସହ ସମୟ କଟାଇପାରନ୍ତି | ମଦ୍ୟପାନରୁ ବିରତ ରୁହନ୍ତୁ |

କୁମ୍ଭ ରାଶି : ଆଜି ସାଙ୍ଗମାନେ ସହଯୋଗ କରିବେ ଯାହା ଯୋଗୁଁ ଆପଣ ଖୁସି ଅନୁଭବ କରିବେ; ଅପ୍ରତ୍ୟାଶିତ ସୂତ୍ରରୁ ଧନ ମିଳିପାରେ | ହତାଶ ହୁଅନ୍ତୁ ନାହିଁ ଓ ଆଉ ଥରେ ଚେଷ୍ଟା କରନ୍ତୁ | ପ୍ରେମ ସମ୍ପର୍କ ପାଇଁ ଆଜି ଦିନଟା ଅତି ଉତ୍ସାହିତ ରହିବ | ସନ୍ଧ୍ୟାରେ ଖୁସି ରହିବାକୁ ଚେଷ୍ଟା କରନ୍ତୁ; ଭାବନା ଭିତରେ ବୁଡି ରହି ମୂଲ୍ୟବାନ ସମୟ ନଷ୍ଟ କରନ୍ତୁ ନାହିଁ, ବରଂ ଆଗକୁ ପାଦ ବଢ଼ାନ୍ତୁ ଓ କାର୍ଯ୍ୟକାରୀ କରନ୍ତୁ | ନିଜ ଲୋକଙ୍କ ସହିତ ମନାନ୍ତର ଆପଣଙ୍କୁ ଚିନ୍ତାରେ ପକାଇପାରେ | ବୈବାହିକ ଜୀବନରେ ପ୍ରିୟଲୋକଙ୍କ ପୁର୍ଣ ସହଯୋଗ ମିଳିବ |

ମୀନ ରାଶି : ବିପଦର ସମ୍ମୁଖୀନ ହେବାକୁ ପଡିପାରେ | ବିଶ୍ଵାସ ହରାନ୍ତୁ ନାହିଁ ଓ ଇପ୍ସିତ ଫଳ ପାଇବା ପାଇଁ କଷ୍ଟ କରନ୍ତୁ | ଅସଫଳତାକୁ ଉନ୍ନତିର ସୂତ୍ର ବନାନ୍ତୁ | ଅସୁବିଧା ସମୟରେ ବଂଧୁ କାମରେ ଆସିବେ | ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ କେବଳ ଦରକାରୀ ଜିନିଷ ହିଁ କିଣନ୍ତୁ | ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ, ନଚେତ ଘରର ବୟସ୍କ ଲୋକମାନେ ଦୁଃଖ ଅନୁଭବ କରିବେ | ଅଯଥା ଆଲୋଚନା କରନ୍ତୁ ନାହିଁ; ଶାନ୍ତ ରୁହନ୍ତୁ | ବୁଦ୍ଧି ଖଟାଇ କାମ କଲେ ହିଁ ସଫଳତାର ସ୍ୱାଦ ପାଇବେ | ସହକର୍ମୀଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇ ଖୁସି ହେବେ | ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଜଡିତ ହୁଅନ୍ତୁ; ଭବିଷ୍ୟତ ଆପଣଙ୍କ ହାତ ମୁଠାରେ ରହିବ; ଆଶାଠାରୁ ଅଧିକ ଲାଭ ପାଇବେ | ଆଜି ଆପଣଙ୍କର ବୈବାହିକ ଜୀବନ ହସ-ଖୁସି, ପ୍ରେମ ଓ ଉଲ୍ଲାସର କେନ୍ଦ୍ର ହୋଇପାରେ |