ଆକ୍ସନମୁଡରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଜଣେ ମନ୍ତ୍ରୀ ହିବାସରେ ତାଙ୍କର ସାମାଜିକ ସମ୍ମାନ ଥିବା ବେଳେ ସେ ପବ୍ଲିକ ଲାଇଫରେ ରହୁଛନ୍ତି…

ନୂଆଦିଲ୍ଲୀ: ଆକ୍ସନମୁଡରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ନିଜ ଝିଅ ନାମରେ କଂଗ୍ରେସ ପକ୍ଷରୁ ଆପତ୍ତିଜନକ ଅଭିଯୋଗ ଆସିବା ପରେ ଖପ୍ପା ହୋଇଛନ୍ତି ସ୍ମୃତି ଇରାନୀ । ନିଜ ଝିଅ ବିରୋଧରେ ବେଆଇନ ବାର ଚଳାଇବାର ଅଭିଯୋଗ ଆଣିଥିବା କଂଗ୍ରେସ ନେତାଙ୍କୁ ଆଇନଗତ ନୋଟିସ ପଠାଇଛନ୍ତି ସ୍ମୃତି । ସେହିପରି ନୋଟିସରେ ନିଃସର୍ତ୍ତ କ୍ଷମା ଦାବି କରିଛନ୍ତି ସ୍ମୃତି । ଏଥିସହ ସେମାନେ ତାଙ୍କ ଝିଅଙ୍କ ବିଷୟରେ ଦେଇଥିବା ବୟାନ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । ତାଙ୍କ ଝିଅଙ୍କ ବିରୋଧରେ ଆସିଥିବା ମିଥ୍ୟା ଅଭିଯୋଗ ତାଙ୍କ ସମ୍ମାନରେ ଆଞ୍ଚ ଆଣିଛି । ଜଣେ ମନ୍ତ୍ରୀ ହିବାସରେ ତାଙ୍କର ସାମାଜିକ ସମ୍ମାନ ଥିବା ବେଳେ ସେ ପବ୍ଲିକ ଲାଇଫରେ ରହୁଛନ୍ତି । ଏଥିସହ ତାଙ୍କ ଝିଅଙ୍କର ମଧ୍ୟ ମାନହାନି ହୋଇଥିବା ନୋଟିସରେ କହିଛନ୍ତି ।