‘ଅନ୍ତିମ’ ଦଶହରାରେ ରିଲିଜ୍

ମହାମାରୀ କରନା କଟକଣା କୋହଳ ହେବା ପରେ ପୁଣି ଏବେ ପୁରା ସରଗରମ୍ ହେଇଉଠିଛି ବଲିଉଡ୍ । ସଲମାନ୍‌ ପ୍ରଯୋଜନା କରୁଥିବା ‘ଅନ୍ତିମ’ ଚଳଚ୍ଚିତ୍ରର ଝଲକ୍ କିଛି ଆକର୍ଷକ ଟ୍ରେଲର୍ ଓ ଟିଜର୍ ଜରିଆରେ ଦର୍ଶକଙ୍କୁ ଭେଟି ଦେବାକୁ ପୂରାଦମ୍‌ରେ ଲାଗି ପଡ଼ିଛନ୍ତି। ଚଳଚ୍ଚିତ୍ର ‘ଅନ୍ତିମ’ରେ ସଲମାନ୍‌ଙ୍କ ସହ ଆୟୁଷ ଶର୍ମାଙ୍କ ଉପସ୍ଥିତି ଦର୍ଶକଙ୍କୁ ଆହୁରି ଆକୃଷ୍ଟ କରିବ ବୋଲି ଆଲୋଚନା ହେଉଛି।

ଏଇ ଚଳଚ୍ଚିତ୍ରଟି ଏକ ସଫଳ ମରାଠୀ ମୁଭିର ରିମେକ୍। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ତଥା ଅଭିନେତା ମହେଶ ମଞ୍ଜରେକର।