ବିଜେପିର ପୂର୍ବତନ ମନ୍ତ୍ରୀଙ୍କ ଆତ୍ମହତ୍ୟା

ରାଜନନ୍ଦଗାଁ: ବିଜେପିର ବରିଷ୍ଠ ନେତା ଓ ଛତିଶଗଡ଼ର ପୂର୍ବତନ ପରିବହନ ମନ୍ତ୍ରୀ ରାଜିନ୍ଦରପାଲ୍ ସିଂହ ଭାଟିଆ ଆତ୍ମହତ୍ୟା କରିଛନ୍ତି। ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜିନ୍ଦରପାଲ୍ ସିଂହ ରବିବାର ସନ୍ଧ୍ୟାରେ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ସେ କାହିଁକି ଓ କଣ ପାଇଁ ଆତ୍ମହତ୍ୟା କଲେ, ତା’ର କାରଣ ଜଣାପଡ଼ିନାହିଁ। ପୁଲିସ୍ ଏବେ ମାମଲାର ତଦନ୍ତ କରୁଛି।

ରାଜିନ୍ଦର ପାଲ୍‌ ସିଂହ ଭାଟିଆ (ଫାଇଲ୍ ଫଟୋ)

ଗତ କିଛି ଦିନ ହେବ ଖରାପ ସ୍ୱାସ୍ଥ୍ୟ କାରଣରୁ ସେ ବହୁତ ଚିନ୍ତିତ ରହୁଥିଲେ। ଭାଟିଆ ନିଜ ସାନ ଭାଇଙ୍କ ସହ ରହୁଥିଲେ। ସନ୍ଧ୍ୟାରେ ସେ ଘରେ ଏକୁଟିଆ ଥିଲେ। ତାଙ୍କ ଭାଇ ଯେତେବେଳେ ଘରେ ପହଞ୍ଚିଲେ, ଭାଟିଆଙ୍କୁ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଲେ।
ସ୍ଥାନୀୟ ଅଞ୍ଚଳରେ ଭାଟିଆଙ୍କ ଆତ୍ମହତ୍ୟା ଖବର ଶୁଣି ହଇଚଇ ସୃଷ୍ଟି ହୋଇଛି। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏପର୍ଯ୍ୟନ୍ତ କୌଣସି ସୁସାଇଡ୍ କାରଣ ଜଣାପଡ଼ିନାହିଁ। ପୁଲିସ୍ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି।