ଆଇଟି ଜାଲରେ ସୋନୁ ସୁଦ୍‌

ମୁମ୍ବାଇ: ଆଇଟି ଜାଲରେ ସୋନୁ ସୁଦ୍‌ ପଡିଛନ୍ତି । ତିନି ଦିନ ହେବ ତାଙ୍କ ମୁମ୍ବାଇ ସ୍ଥିତ ଘରେ ଆଇଟି ପକ୍ଷରୁ ସର୍ଭେ ଚାଲିଛି। ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ଖୁଲାସା ହୋଇଛି । ସେ ୨୦କୋଟିରୁ ଅଧିକ ଟଙ୍କାର ଟ୍ୟାକ୍ସ ଫାଙ୍କିଥିବା ନେଇ ଆୟକର ବିଭାଗ ପକ୍ଷରୁ କୁହାଯାଇଛି।

ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ, ବିଦେଶୀ ଅନୁଦାନ ଆଇନ୍‌ ଫରେନ୍‌ କଣ୍ଟ୍ରିବ୍ୟୁସନ୍‌ ରେଗୁଲେସନ୍‌ ଆକ୍ଟ୍‌ ଉଲ୍ଲଂଘନ କରିଛନ୍ତି ସୋନୁ ସୁଦ୍‌। ଅଭିନେତା ସୋନୁ ସୁଦ ଏବଂ ତାଙ୍କ ସହଯୋଗୀଙ୍କ ଘରେ ସର୍ଚ୍ଚ ପରେ ଟିକସ ଫାଙ୍କିବା ସହ ଜଡିତ କିଛି ପ୍ରମାଣ ପତ୍ର ସିବିଡିଟିକୁ ମିଳିଛି। ଅଭିନେତା ଅନେକ ଫେକ୍‌ ସଂସ୍ଥାଗୁଡିକ ଠାରୁ ନକଲି ଏବଂ ଅସୁରକ୍ଷିତ ଋଣ ରୂପେ ଅନେକ ଟଙ୍କା ଜମା କରିଥିଲେ । ଏନେଇ ଯାଂଚ ଚାଲିଛି ବୋଲି କେନ୍ଦ୍ରୀୟ ଟିକସ ବୋର୍ଡ (ସିବିଡିଟି) କହିଛି। ଏହାସହ ମୁମ୍ବାଇ, ଲକ୍ଷ୍ନୌ, କାନପୁର, ଜୟପୁର, ଦିଲ୍ଲୀ, ଗୁରୁଗ୍ରାମ ସମେତ ୨୮ଟି ସ୍ଥାନରେ ଲଗାତର ତିନି ଦିନ ଯାଏଁ ଚଢ଼ାଉ କରାଯାଇଥିଲା। ଏହାପରେ ସେ ଟ୍ୟାକ୍ସ ଫାଙ୍କି ଥିବା ନେଇ କେନ୍ଦ୍ରୀୟ ଟିକସ ବୋର୍ଡ (ସିବିଡିଟି) କହିଛି।