ବଲିଉଡ୍ ଅଭିନେତ୍ରୀଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ରମ୍ଭା, ଝିଅ ଗୁରୁତର

ବଲିଉଡ୍ ଅଭିନେତ୍ରୀ ରମ୍ଭାଙ୍କୁ ନେଇ ଦୁଃଖଦ ଖବର । କାର ଦୁର୍ଘଟଣାରେ ରମ୍ଭା ଓ ତାଙ୍କ ଝିଅ ଆହତ ହୋଇଛନ୍ତି । କାର ଭିତରେ ତାଙ୍କର ଜଣେ ସମ୍ପର୍କୀୟା ମହିଳା ଓ ପିଲାମାନେ ଥିବାବେଳେ ବଡ ଝିଅ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଜଣାପଡିଛି ।

ଦୁର୍ଘଟଣାରେ ତାଙ୍କ କାର୍ ଭାଙ୍ଗିରୁଜି ଯାଇଥିବାବେଳେ ଅଳ୍ପକେ ବଞ୍ଚିଯାଇଛି ରମ୍ଭା ଓ ତାଙ୍କ ପିଲାଙ୍କ ଜୀବନ । ସ୍କୁଲରୁ ପିଲାମାନଙ୍କୁ ନେଇ ଘରକୁ ଫେରୁଥିବାବେଳେ ତାଙ୍କ କାର୍ ଆଉ ଏକ କାର୍ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରମ୍ଭା ନିଜେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଝିଅ ଶାଶାର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବେଶ୍ ଚିନ୍ତିତ ବୋଲି ଇନଷ୍ଟାରେ ପୋଷ୍ଟ କରିଛନ୍ତି । ତାଙ୍କ ଝିଅ ଯେପରି ଯଥାଶୀଘ୍ର ଭଲ ହୋଇଯାଉ ଏଥିପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ରମ୍ଭା ।