ଦୁର୍ବୁତ୍ତଙ୍କ ଦ୍ବାରା ଅଦ୍ଧାପିକାଙ୍କ ସ୍କୁଟିକୁ ପଛପଟୁ ଧକ୍କା, ଅଳ୍ପକେ ବର୍ତ୍ତିଛନ୍ତି ଅଦ୍ଧାପିକା

ଗତ ଦୁଇ ବର୍ଷ ମଧ୍ୟରେ ଜଣେ କାର୍ଯ୍ୟରତ ଅଦ୍ଧାପିକାକୁ ପାଞ୍ଚଥର ଜୀବନରୁ ମାରିଦେବାକୁ ଉଦ୍ୟମ ହୋଇଥିବା ଜଣାପଡିଛି। ତେବେ ପ୍ରାପ୍ତ ସୂଚନା ଅନୁଯାୟୀ ସିଂଲା ଥାନା ଅଧୀନ ରାଇପୁର ଗ୍ରାମର ପୁଷ୍ପାଞ୍ଜଳି ଆଚାର୍ଯ୍ୟ ବାଲିଆପାଳ ଲକ୍ଷ୍ମୀପ୍ରିୟା କନିଷ୍ଠ ମହିଳା ମହା ବିଦ୍ୟାଳୟ ରେ ଦୀର୍ଘ କୁଡିଏ ବର୍ଷ ଧରି ସାହିତ୍ୟ ବିଭାଗରେ ଅଧ୍ୟାପନା କରି ଆସୁଛନ୍ତି। ତେବେ ସେ ପ୍ରତ୍ୟେକ ଦିନ ନିଜ ରାଇପୁର ଗ୍ରାମରୁ ସ୍କୁଟୀ ଯୋଗେ ଦିର୍ଘ କୁଡିଏ କିଲୋମିଟର ମହାବିଦ୍ୟାଳୟ କୁ ଯାଇଥାନ୍ତି। ତେବେ ଗତ ଦୁଇବର୍ଷ ହେବ ଘରକୁ ସ୍କୁଟୀରେ ଆସୁଥିବା ବେଳେ ପାଞ୍ଚଥର ଦୁର୍ଘଟଣା ର ଶିକାର ହୋଇଥିଲେ ମଧ୍ୟ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି।

ତେବେ ତାଙ୍କୁ କେହି ଜଣେ ଦୁର୍ବୁତ୍ତ ଜାଣିଶୁଣି ସ୍କୁଟୀ ପଛପଟରୁ ଧକ୍କାମାରି ଦୃତ ଗତିରେ ପଳାଇଯାଉଛି।ଫଳରେ ଅଦ୍ଧାପିକା ଓ ତାଙ୍କ ପରିବାର ଭୟର ବାତାବରଣ ରେ ରହିଛନ୍ତି।ଶେଷଥର ଗତ ଏଗାର ତାରିଖରେ ମହାବିଦ୍ୟାଳୟରୁ ଅଦ୍ଧାପନା ସାରି ଘରକୁ ନିଜ ସ୍କୁଟୀରେ ଫେରୁଥିବା ବେଳେ ଦେଭୋଗଛକ ଆଗକୁ ପଛପଟରୁ ଏକ ଦୃତଗାମୀ ବାଇକ୍ ଆସି ହଠାତ୍ ସ୍କୁଟି ପଛକୁ ଧକ୍କାମାରି ଫେରାର୍ ହୋଇଯାଇଥିବା ବେଳେ ମୁଣ୍ଡରେ ହେଲମେଣ୍ଟ ଥିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି। ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ଇଡ୍କୋ ହସ୍ପିଟାଲ ପରେପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଦ୍ଧାପିକାଙ୍କୁ କିଏ ଜାଣିଶୁଣି ଆକ୍ସିଡେଣ୍ଟ କରି ମାରିଦେବା କିମ୍ବା ପଙ୍ଗୁ କରିଦେବାକୁ ଉଦ୍ୟମ କରୁଥିବା ଅଦ୍ଧାପିକା ପୁଷ୍ପାଞ୍ଜଳି ଓ ତାଙ୍କ ପରିବାର ଅନୁଭବ କରୁଛନ୍ତି। ତେବେ ଏପରି ଏକ ଘଟଣାର ବିଧିବଦ୍ଧ ତଦନ୍ତ କରାଗଲେ ବାସ୍ତବ ଘଟଣା ଲୋକ ଲୋଚନକୁ ଆସିପାରନ୍ତା ।