ଶୋଇ ଥାନା କାଶିପେଣ୍ଟ ଗାଁ ପାଖ ଏକ ଗାଡ଼ିଆ ରୁ ପରିତ୍ୟକ୍ତ କାଦୁଆରେ ପୋତା ଶବ ଗାଁ ଲୋକଙ୍କ ଦ୍ୱାରା ଠାବ।

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତ କାଶିପେଣ୍ଟ ଗାଁ ପାଖରେ ଥିବା ଏକ କରଞ୍ଜ ଝରଣା ନାମକ ଏକ ଗାଡ଼ିଆ ଭିତରୁ ଅଧା ପତା କାଦୁଆରେ ପରିତ୍ୟକ୍ତ ମୃତ୍ୟୁ ଶରୀର ଗାଁ ଲୋକେ ଠାବ କରିଛନ୍ତି। ସୂଚନା ମୁତାବକ ସୋମବାର ସନ୍ଧ୍ୟାରେ ସମୟରେ କେହି ଜଣେ ଗାଁ ଲୋକ ମୁଷା ଶିକାର କରିବା ପାଇଁ ଉକ୍ତ ବିଲ ଭିତରେ ଥିବା ସେହି ଗାଡ଼ିଆକୁ ଆସିଥିଲା। ଫଳରେ ସେ ଉକ୍ତ ଗାଡ଼ିରେ କାଦୁଆ ଭିତରେ ପୋତା ହୋଇଥିବ ଶବ ଦେଖିବାକୁ ପାଇଥିଲା ଯାହାର ୯୦ ଭାଗ ଅଂଶ କାଦୁଅରେ ପୋତି ହୋଇଯିବା ବେଳେ ଖାଲି ଡ଼ାହାଣ ଗୋଡଟି ମଣିଷର ପରିଚୟ ଦେଉଥିଲା। ଏହା ଦେଖି କାଷିପେଣ୍ଟ ଗାଁର ଓ୍ଵାର୍ଡ ମେମ୍ବର ଦୁର୍ଗା ଚରଣ ସିଂ ସୋମବାର ସନ୍ଧ୍ୟାରେ ଲୁହାକାନୀ ସରପଞ୍ଚ, ସାଲମା ଟୁଡୁ ସମିତି ସଦସ୍ୟ ଦିଲିପ୍ କୁମାର ଗିରି , ନାଏବ ସରପଞ୍ଚ ଜଗମୋହନ ନାଏକଙ୍କୁ ଖବର ଦେଇଥିଲେ, ଖବର ପାଇ ମଙ୍ଗଳବାର ସକାଳୁ ଆସି ଉକ୍ତ ଘଟଣାକୁ ଦେଖି ବିଶୋଇ ପୋଲିସ କୁ ଖବର ଦେଇଥିଲେ।ଖବର ହେବା ପର୍ଯ୍ୟନ୍ତ ଶବର କୈାଣସି ପରିଚୟ ମିଳିନାହିଁ।