ଟପଲେସ୍‌ ହୋଇ ନାଚିଲେ, ଜୋରିମାନା ଗଣିଲେ

ନାଇଟ୍‌ କ୍ଲବରେ ଟପଲେସ୍‌ ହୋଇ ନାଚିବା….

ଇ୍ୟାଙ୍କକ୍‌: ନାଇଟ୍‌ କ୍ଲବରେ ଟପଲେସ୍‌ ହୋଇ ନାଚିବା ଅଭିଯୋଗରେ ଜଣେ ମଡେଲ ୧୧ ହଜାର ଟଙ୍କା ଜୋରିମାନା ଦେଇଛନ୍ତି । ନାଇଟ୍‌ କ୍ଲବରେ ଉପସ୍ଥିତ କୌଣସି ଦେଖଣାହାରୀ ମଡେଲଙ୍କ ନାଚକୁ ସୁଟିଂ କରି ସୋସିଆଲ ମିଡିଆରେ ଭାଇରାଲ୍‌ କରିବାରୁ ପୁଲିସ ଆଇନଗତ ପଦକ୍ଷେପ ଗ୍ରହଣ କରିଛି । ବିନା ଲାଇସେନ୍ସରେ ନାଇଟ୍‌ କ୍ଲବ ଚଳାଇ ତା’ର ମାଲିକ ଅଡୁଆରେ ପଡ଼ିଛନ୍ତି । ଘଟଣାଟି ଥାଇଲାଣ୍ଡର ମୁଏଙ୍ଗ ଜିଲ୍ଲାରେ ଘଟିଛି । ନାଇଟ୍‌ କ୍ଲବ୍‌ ‘ସୁକ୍‌ ସାନ୍‌ ଖୋନ୍‌ ଖାନ୍‌’ରେ ଟପଲେସ୍‌ ହୋଇ ଟପ୍‌ ମଡେଲ୍‌ ‘ଅଏଲ୍‌’ ନାଚୁଥିଲେ । ଅଗଷ୍ଟ ୪ ତାରିଖ ରାତିରେ ଅଏଲଙ୍କ ନାଚିଥିଲେ; ମାତ୍ର ତା’ ପରଦିନ ତାଙ୍କ ନାଚଟି ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା ।

୨୫ ବର୍ଷୀୟା ଅଏଲଙ୍କ ମନମତାଣିଆ ନାଚକୁ ସୋସିଆଲ ମିଡିଆରେ ଦେଖି ବହୁ ଲୋକ ଉଭୟ କମେଂଟ ଓ ସେୟାର କରିଥିଲେ । ପୁଲିସ ଅଭିଯୁକ୍ତ ଡିଜେ ଅଏଲ୍‌ ଓ ନାଇଟ୍‌ କ୍ଲବର ୨୦ ବର୍ଷୀୟ ପରିଚାଳନା ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କଲା । ମଡେଲ୍‌ ଅଏଲ୍‌ଙ୍କ ବିରୋଧରେ ଥାଇଲାଣ୍ଡ ଅଶ୍ଳୀଳତା ଅଧିନିୟମ ଆଇନ୍‌ ବଳରେ ପଦକ୍ଷେପ ଗ୍ରହଣ କରାଯାଇ ପ୍ରାୟ ୧୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ମାତ୍ର ବିନା ଅନୁମତିରେ ନାଇଟ୍‌ କ୍ଲବ ଖୋଲିଥିବା ଅଭିଯୋଗରେ ପରିଚାଳନା ନିର୍ଦ୍ଦେଶକଙ୍କୁ ଏକବର୍ଷ ଜେଲ ନଚେତ୍‌ ଦେଢ଼ଲକ୍ଷ ଟଙ୍କା ଜୋରିମ।।ନା ଗଣିବାକୁ ପଡ଼ିପାରେ ।

ଏବେ ଆସନ୍ତୁ କଟକ-ଭୁବନେଶ୍ୱର ମହାନଗରରେ ଖୋଲା ଯାଇଥିବା ‘ନାଇଟ୍‌ କ୍ଲବ’ ଉପରକୁ । କିଛି ନାଇଟ୍‌ କ୍ଲବ ଲାଇସେନ୍ସ ପାଇଛନ୍ତି, କିଛି ପାଇନାହାନ୍ତି । ମାତ୍ର ଉଦବେଗର ବିଷୟ ହେଉଛି, ସୁପ୍ତ ମହାନଗରରେ ଅପଲକ ନେତ୍ର ଖୋଲି ଅପରାଧିକ କାର୍ଯ୍ୟକଳାପକୁ ଆଲିଙ୍ଗନ କରୁଥିବା ନାଇଟ୍‌ କ୍ଲବ । ଅନେକଙ୍କ ମୁହଁରୁ ଅଭିଯୋଗ ଶୁଣିବାକୁ ମିଳେ, ‘ନାଇଟ୍‌ କ୍ଲବଗୁଡ଼ିକ ଅପରାଧୀଙ୍କ ଆଡ୍ଡା ପାଲଟିଛି’ । ନିକଟ ଅତୀତରେ ଭୁବନେଶ୍ୱର ଉପକଣ୍ଠରେ ପାତ୍ରପଡ଼ା ନାଇଟ୍‌ ବାରରେ ନୈଶ୍ୟ ଭୋଜନ କରିବାକୁ ଯାଇ ଗୋଟିଏ ଖବରକାଗଜ ମାଲିକଙ୍କ ପୁଅ ହତ୍ୟାର ଶିକାର ହୋଇଥିଲେ । କହିବାର କଥା ହେଉଛି, ନାଇଟ୍‌ କ୍ଲବ ଯେପରି ହତ୍ୟା ଓ ଅପରାଧର କେନ୍ଦ୍ର ନହେଉ, ପୁଲିସ ସେଥିପ୍ରତି କଡ଼ା ଦୃଷ୍ଟି ଦିଅନ୍ତୁ ।