ଆସୁଛି ଆଉ ଏକ ଲଘୁଚାପ

ଉତ୍ତର ଓ ଆଭ୍ୟନ୍ତୀରଣ ଓଡ଼ିଶା ଉପରେ ଥିବା ଅବପାତ କ୍ର…

 ଭୁବନେଶ୍ୱର: ଉତ୍ତର ଓ ଆଭ୍ୟନ୍ତୀରଣ ଓଡ଼ିଶା ଉପରେ ଥିବା ଅବପାତ କ୍ରମଶଃ ଦୁର୍ବଳ ହୋଇ ସ୍ପଷ୍ଟ ଲଘୁଚାପରେ ପରିଣିତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ଧୀରେଧୀରେ କମିବା ଆରମ୍ଭ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ।

ତେବେ ଆସନ୍ତାର ୧୩ ତାରିଖ ବେଳକୁ ପୁଣି ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶାଙ୍କା ରହିଛି। ଉତ୍ତର ବଙ୍ଗୋପସାଗର ଉପରେ ୧୩ ତାରିଖ ବେଳକୁ ସୃଷ୍ଟି ହେବାକୁ ଥିବା ଲଘୁଚାପ ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବ। ଏହାପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଘୁଚାପ ଯୋଗୁ ୧୩ ତାରିଖରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ୧୩ ତାରିଖରେ ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ନୟାଗଡ଼, କନ୍ଧମାଳ ଓ କଳାହାଣ୍ଡିରେ ଅତି ପ୍ରବଳ ବର୍ଷା ଅର୍ଥାତ ୭ରୁ ୨୦ ସେମି ଯାଏ ବୃଷ୍ଟିପାତ ହୋଇ ପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।