‘କିସି କା ଭାଇ କିସି କି ଜାନ୍‌’ ଗୀତ ‘ୟେନ୍ତମ୍ମା’ ରିଲିଜ୍‌

ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର …

ମୁମ୍ବାଇ: ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ୍‌’କୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହାର ମୁକ୍ତିଲାଭ ପାଇଁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏହା ପୂର୍ବରୁ ପ୍ରଶଂସକଙ୍କୁ ମିଳିଛି ଏକ ଜବରଦସ୍ତ ଉପହାର। ଏହି ଫିଲ୍ମର ଗୀତ ‘ୟେନ୍ତମ୍ମା’ ମଙ୍ଗଳବାର ରିଲିଜ୍‌ ହୋଇଛି ଏବଂ ରିଲିଜ୍‌ ହେଉ ହେଉ ଏହା ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗୀତରେ ସଲମାନ ଖାନ, ରାମ ଚରଣ ଓ ଭେଙ୍କଟେଶ ଲୁଙ୍ଗି ଡାନ୍ସ କରୁଥିବା ଦେଖିବାକୁ ମିଳିଛି।

ସଲମାନ ଖାନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏହି ଗୀତ ରିଲିଜ ବିଷୟରେ ସୂଚନା ଦେଇଛନ୍ତି। ସଲମାନ ଭିଡିଓ ଶେୟାର କରି ଲେଖିଛନ୍ତି, ‘ୟେନ୍ତମ୍ମା ଗୀତ ରିଲିଜ୍‌ ହୋଇଛି।’ ଏହି ଗୀତରେ ରାମ ଚରଣ ଏବଂ ଭେଙ୍କଟେଶଙ୍କ ସହ ସଲମାନ ଜବରଦସ୍ତ ଶୈଳୀରେ ନଜର ଆସିଛନ୍ତି।