ନଦୀରେ ଗାଧୋଇବାକୁ ଯାଇ ୩ ଛାତ୍ର ମୃତ, ଜଣେ ଗୁରୁତର

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଳିଆ ନଦୀରେ ବୁଡ଼ି ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି।  ଲାଙ୍ଗୁଡ଼ି ଅଞ୍ଚଳରେ ଘଟିଛି ଏହି ଘଟଣା।  ମୃତକମାନେ ହେଉଛନ୍ତି- ପ୍ରଣୟ କୁମାର ଲେଙ୍କା, ସ୍ମୃତି ରଞ୍ଜନ ସ୍ୱାଇଁ ଓ ରଜତ କୁମାର ଜେନା। ସମସ୍ତଙ୍କ ବୟସ ସେହି ୧୭ ବର୍ଷ ପାଖାପାଖି ହେବ ବୋଲି ଜଣାପଡ଼ିଛି। ସମସ୍ତେ ଚରମ୍ପା ମହାବିଦ୍ୟାଳୟର ଛାତ୍ର ଥିଲେ।

ଆଜି ୪ ଛାତ୍ର ସାଙ୍ଗ ହୋଇ ନଦୀରେ ଗାଧୋଇବାକୁ ଯାଇଥିଲେ । ସେଠାରେ ସେମାନେ ଗାଧୋଉଥିବା ବେଳେ ପାଣିରେ ବୁଡିଯାଇଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ବୁଡିଯାଇଥିବା ଛାତ୍ରଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ୩ ଛାତ୍ରଙ୍କୁ ମୃତ ଘୋଷଣା କରାଯାଇଛି । ସୂଚନା ଅନୁସାରେ, ଏହି ୩ଜଣଙ୍କ ମୃତ୍ୟୁ ଡାକ୍ତରଖାନାରେ ପହଁଚିବା ପୂର୍ବରୁ ହୋଇସାରିଥିଲା । ଅନ୍ୟ ପକ୍ଷରେ ଜଣେ ଛାତ୍ରଙ୍କୁ ଚିକିତ୍ସିତ କରାଯାଇ ଡିସଚାର୍ଜ ମଧ୍ୟ କରି ଦିଆଯାଇଛି । ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି