ଓଟିଟି‌‌ରେ ରିଲିଜ୍‌ ହେଲା ‘ପଠାନ୍‌’

‘ପଠାନ୍‌’ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ….

ମୁମ୍ବାଇ: ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍‌ ହୋଇସାରିଛି। ଏହି ଚଳଚ୍ଚିତ୍ରଟି ଲଞ୍ଚ୍‌ ହେବା ମାତ୍ରେ ଖୁବ୍‌ ହଲ୍ଲା ମଚାଇଛି। ଭାରତ ଏବଂ ବିଦେଶରେ କୋଟି କୋଟି ଟଙ୍କାର ବେପାର କରିବା ପରେ ଫିଲ୍ମଟିର ଓଟିଟି ଭର୍ସନ ‌‌ଏବେ ଦର୍ଶକଙ୍କୁ ଆହୁରି ପସନ୍ଦ ଆ‌ସିଛି।

କାରଣ ଓଟିଟି ଭର୍ସନରେ କିଛି ଅନ୍‌କଟ୍‌ ସିଟ୍‌ ବି ଦେଖିବାକୁ ମିଳିଛି। ଅର୍ଥାତ ଯେଉଁ ସବୁ ‌ଦୃଶ୍ୟ ଦର୍ଶକ ହଲ୍‌ରେ ଦେଖି ପାରିନଥିଲେ ସେସବୁ ଦୃଶ୍ୟ ଓଟିଟି ଭର୍ସନରେ ଦୃଶ୍ୟମାନ ହୋଇଛି।

ବର୍ତ୍ତମାନ ଫିଲ୍ମର ଏହି ନୂଆ ଦୃଶ୍ୟ ସବୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ‘ପଠାନ୍‌’ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଟ୍ରେଣ୍ଡ୍‌ କରିବାରେ ଲାଗିଛି।