ଟ୍ରକ ଧକ୍କାରେ ଯୁବକ ମୃତ

ବାଙ୍କୀ : ବୈଦେଶ୍ଵର ଥାନା ଅନ୍ତର୍ଗତ କଳାପଥର ପଞ୍ଚାୟତର ପର୍ଶୁରାମପୁର ଗ୍ରାମ ୟୁପି ସ୍କୁଲ ଛକରେ ସଡକ ଦୁର୍ଘଟଣାରେ ଯୁବକ ମୃତ । ଗୁରୁବାର ସକାଳ ୮ଟାରେ ଏକ ଦ୍ରୁତଗାମୀ ଆଳୁ ବୋଝଇ ଟ୍ରକ ଧକ୍କାରେ ଏହି ଯୁବକଙ୍କର ମୃତ୍ୟୁ ହୋଇଛି । ଟ୍ରକଟି ବେଙ୍ଗଲରୁରୁ ଆଳୁ ଆଣି ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳକୁ ଯାଉଥିଲା । ବାଘମାରୀ କଳାପଥର -ବୈଦେଶ୍ଵର ଟି ସେତୁ ବଡ଼ମ୍ବା ବ୍ଲକ ଭାପୁର କୁ ଯିବାର ଥିଲା । ଭୁଲ ବଶତଃ କଳାପଥର -ଭାପୁର (ନୟାଗଡ଼ ଜିଲ୍ଲା )ପଳାଇ ଯାଇଥିବାରୁ ସେଠାରୁ ଫେରୁଥିବାବେଳେ କଳାପଥର ପଂଚାୟର ପର୍ଶୁରାମପୁର ଛକରେ ଏକ ଯୁବକ ଉପରେ ଚଢିଯାଇଥିଲା । ଦ୍ରୁତବେଗରେ ଆସୁଥିବା ଆଳୁ ଗାଡି ମାଡିଯିବାରୁ ଶରୀର ଦୁଇ ଖଣ୍ଡ ହୋଇଯାଇଥିଲା । ସେ ଜଣେ ଚାଷୀ ଏବଂ ତାଙ୍କରି ଦୁଇଟି ଛୋଟ ପୁଅ ଥିବାରୁ କ୍ଷତିପୂରଣ ଦାବୀରେ ସ୍ଥାନୀୟ ବାସିନ୍ଦା ସେଠାରେ ଧାରଣାରେ ବସିଛନ୍ତି ।