ରାଧେଶ୍ୟାମ୍ ର ନୂଆ ଟିଜର ରିଲିଜ୍

ମୁମ୍ବାଇ: ପ୍ରଭାସ ଫ୍ୟାନ୍‌ଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଭାଲେଣ୍ଟାଇନ୍‌ ଡେ’ରେ କିଛି ଖାସ୍‌ ଉପହାର ଦେବେ। ସୋମବାର ଦିନ ସେ ନିଜ କଥା ରଖିଛନ୍ତି। ପ୍ରଭାସ ଭାଲେଣ୍ଟାଇନ୍‌ ଡେ’ରେ ନିଜ ଅପକମିଂ ଫିଲ୍ମ ରାଧେ ଶ୍ୟାମ୍‌ର ଏକ ନୂଆ ରୋମାଣ୍ଟିକ୍‌ ଟିଜର ଲଞ୍ଚ୍‌ କରିଛନ୍ତି।

ଏଥିରେ ପ୍ରଭାସଙ୍କ ଚରିତ୍ର ଅର୍ଥାତ୍‌ ବିକ୍ରମାଦିତ୍ୟ ନିଜ ପ୍ରେମିକା ପ୍ରେରଣା ଅର୍ଥାତ୍‌ ପୂଜା ହେଗଡ଼େଙ୍କୁ ଆଣ୍ଠୁ ମାଡ଼ି ବସି ପ୍ରପୋଜ୍‌ କରୁଥିବାର ଦେଖିବାକୁ ମିଳିଛି। ଫିଲ୍ମର ଏହି ରୋମାଣ୍ଟିକ୍‌ ଟିଜରକୁ ଫ୍ୟାନ୍‌ ଖୁବ୍‌ ପସନ୍ଦ କରୁଛନ୍ତି।