ଦୀପଗ୍ରେସ୍ ଭାରତୀୟ ଦଳରେ ଓଡ଼ିଶାର ପ୍ରତିନିଧିତ୍ବ କରିବେ

ଭୁବନେଶ୍ବର : ଚଳିତବର୍ଷ ଏହି ଆଶା ପୂରଣ ହୋଇଛି। ସୁଯୋଗ ହାତ ପାଆନ୍ତାରେ ପହଞ୍ଚି ଯାଇଛି। ଏଣୁ ବ୍ୟକ୍ତିଗତ ଭାବେ ମୁଁ ବହୁତ ଖୁସି ଅଛି। ବିଗତ ଦିନରେ ଆମେ ଆମ ଦକ୍ଷତାରେ ଯାହା କିଛି ବି ଉନ୍ନତି କରିଛୁ, ତାହା କଳିଙ୍ଗ ଷ୍ଟାଡିୟମ୍‌ରେ ଦେଖାଇବାକୁ ଯୋଜନାବଦ୍ଧ ଭା‌ବେ ପ୍ରସ୍ତୁତ ହେଉଛୁ।

ଟୋକିଓ ଅଲିମ୍ପିକ୍ସରେ ଆମେ ବହୁତ ଭଲ ଖେଳିଥିଲୁ। ଏବେ ଆମେ ସେହି ଫର୍ମକୁ ଜାରି ରଖିଛୁ। ଯେଉଁଠି ବି ଟିକିଏ ତ୍ରୁଟି କିମ୍ବା ଦୁର୍ବଳତା ଥିଲା ତାକୁ ଦୂର କରିବାକୁ ଚେଷ୍ଟା କରୁଛୁ। ଆଗକୁ ଆମେ ଆହୁରି ଉନ୍ନତି କରିବୁ ବୋଲି ଦୃଢ଼ ଆଶା ରହିଛି। ପେନାଲ୍ଟି କର୍ଣ୍ଣରରେ ଆମେ ଅଧିକ ଅଭ୍ୟାସ କରୁଛୁ। ରକ୍ଷଣଭାଗକୁ ଆହୁରି ସୁଦୃଢ଼ କରିବାରେ ଲାଗିଛୁ। ଘରୋଇ ପରିବେଶରେ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବାକୁ ବହୁତ ଇଚ୍ଛା ଥିଲା। ହେଲେ ସେମାନେ ଓରି ଯାଇଛନ୍ତି। ଯାହା ଆମ ହାତରେ ନାହିଁ। ଏଠାକୁ କିନ୍ତୁ ଯେଉଁ ଦଳ ଆସିବ ଆମେ ତାକୁ କଡ଼ା ଟକ୍କର ଦେବୁ।

ଭୁବନେଶ୍ବରରେ ପ୍ରୋ ଲିଗ୍ ଖେଳିବା ମୋ ପାଇଁ ସୌଭାଗ୍ୟର ବିଷୟ।’’ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ପ୍ରତିଯୋଗିତା ଲାଗି କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ମହିଳା ହକି ଦଳ ଅଭ୍ୟାସ କରିବା ଅବସରରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଓଡ଼ିଆ ତାରକା ଦୀପଗ୍ରେସ୍ ଏକ୍କା। ଭାରତୀୟ ମହିଳା ଦଳରେ ଓଡ଼ିଶାର ପ୍ରତିନିଧିତ୍ବ କମି କମି ଅସିବାର କାରଣ ଉପରୁ ପରଦା ଉଠାଇ ‘‘ଏଥିଲାଗି ଆମ ଖେଳାଳିମାନଙ୍କୁ ଆହୁରି ଯତ୍ନବାନ ଏବଂ ନିଷ୍ଠାପର ହେବାକୁ ପଡ଼ିବ’’ ବୋଲି କହିଛନ୍ତି ଦୀପଗ୍ରେସ୍। ଅନ୍ୟମାନଙ୍କୁ ଦେଖି ନିଜ ଦୋଷ ଦୁର୍ବଳତା ଦୂର କରିବା ସହ ନିରନ୍ତର ପରିଶ୍ରମ କରିବାକୁ ଓଡ଼ିଆ ଖେଳାଳିଙ୍କୁ ଆହ୍ବାନ କରିଛନ୍ତି ସେ। ତେବେ ଏଥିଲାଗି ଆମ ଖେଳାଳିମାନେ ହିଁ କ’ଣ ଦାୟୀ? ବୋଲି ପଚରାଯାଇଥିବା ପ୍ରଶ୍ନର କୌଣସି ଉତ୍ତର ଦେଇ ନଥିଲେ ସେ।