ସୁପର ଫ୍ଲପରେ ସାମିଲ ହେଲା ରଣବୀରଙ୍କ ଫିଲ୍ମ ‘ଶମଶେରା’

ଫିଲ୍ମଟି ପ୍ରଥମ ଦିନରେ ୧୦ କୋଟି ଟଙ୍କା ବ୍ୟବସାୟ କରିଥିଲା…..

ମୁମ୍ବାଇ: ଫ୍ୟାନମାନଙ୍କ ମନକୁ ଛୁଇଁଲାନି ରଣବୀର କପୁରଙ୍କ ଫିଲ୍ମ ‘ସମଶେରା’ । ୬ ଦିନରେ ହେଲା ସୁପର ଫ୍ଲପ । ବକ୍ସ ଅଫିସରେ ଫିକା ପଡିଗଲା ତାଙ୍କ ଫିଲ୍ମ । ଦୀର୍ଘ ସମୟ ପରେ ରଣବୀର ବଡ ପରଦାକୁ ଫେରିଛନ୍ତି । ଗତ ସପ୍ତାହରେ ରିଲିଜ ହୋଇସାରିଛି ତାଙ୍କ ଫିଲ୍ମ ‘ସମଶେରା’ । କିନ୍ତୁ ଫିଲ୍ମଟି ବକ୍ସ ଅଫିସ୍‌ରେ ସେପରି ଧମାଲ କରି ପାରି ନାହିଁ । ଫିଲ୍ମର କାହାଣୀ ସମସ୍ତଙ୍କୁ ନିରାଶ କରିଛି । ଫିଲ୍ମଟି ପ୍ରଥମ ଦିନରେ ୧୦ କୋଟି ଟଙ୍କା ବ୍ୟବସାୟ କରିଥିଲା । ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରଥମ ସପ୍ତାହରେ ଏହି ଫିଲ୍ମର କଲେକସନରେ ବିଶେଷ କିଛି ବୃଦ୍ଧି ଘଟିନଥିଲା । ଏଥିରୁ ଜଣାପଡୁଛି ଫିଲ୍ମଟି ସୁପର ଫ୍ଲପ ହେଇଛି । ଆଶା କରାଯାଉଛି ଆଗକୁ ଏହି ଫିଲ୍ମଟି ୫୦ କୋଟି ବି ଛୁଇଁ ପାରିବ ନାହିଁ ।