ଜୁଲାଇ ୩୧ ଆଜି ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ

ଆୟକର ରିଟର୍ଣ୍ଣ ଦାଖଲ ଶେଷ ତାରିଖ…

ନୂଆଦିଲ୍ଲୀ: ଆଜି ଜୁଲାଇ ୩୧ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ରହିଛି । କୌଣସି ଦିଗରୁ ରିଟର୍ଣ୍ଣ ଦାଖଲ ତାରିଖ ବୃଦ୍ଧି ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିଲେ ମଧ୍ୟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରିବାର ସଂକେତ ଦେଇନାହାନ୍ତି । ତେବେ ଆୟକର ଦାଖଲ ପାଇଁ ବହୁତ ଭିଡ଼ ଲାଗି ରହିଛି । ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଜୁଲାଇ ୩୦ ତାରିଖରେ ରାତି ୭ଟା ସୁଦ୍ଧା ଆୟକର ୱେବସାଇଟ୍‌ରେ ୬୩ ଲକ୍ଷରୁ ଅଧିକ ରିଟର୍ଣ୍ଣ ଦାଖଲ ହୋଇଛି। ୨୦୨୨-୨୩ ଆକଳନ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ସଂଖ୍ୟା ୫ କୋଟି ଟପିଛି। ସେହିପରି ଜୁଲାଇ ୨୯ ତାରିଖରେ ପାଖାପାଖି ୪୩ ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ ହୋଇଥିଲା।

ଉଲେଖ୍ ଥାଉକି ଅଡିଟ୍ ହେଉ ନଥିବା ଆକାଉଣ୍ଟ ବର୍ଗରେ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଜୁଲାଇ ୩୧ ରଖାଯାଇଛି। ଫାଇନ ଦେବାରୁ ରକ୍ଷା ପାଇବା ପାଇଁ ଧାର୍ଯ୍ୟ ତାରିଖ ପୂର୍ବରୁ ରିଟର୍ଣ୍ଣ ଦାଖଲ ପାଇଁ ଭିଡ଼ ଲଗାଇଛନ୍ତି ଲୋକମାନେ।