ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ମମତା!

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେବା ପାଇଁ ଅଗଷ୍ଟ ୬ରେ ଦିଲ୍ଲୀ ଆସିପାରନ୍ତି….

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୭ରେ ନୂଆଦିଲ୍ଲୀରେ ନୀତି ଆୟୋଗ ପରିଚାଳନା ପରିଷଦର ବୈଠକ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । ଏଥିରେ କେନ୍ଦ୍ର ଏବଂ କିଛି ରାଜ୍ୟ ଗୁଡିକ ମଧ୍ୟରେ ବଢୁଥିବା ବିବାଦ ଏବଂ ଜିଏସଟିକୁ ନେଇ ଥିବା ବିବାଦ ଉପରେ ଆଲୋଚନା ହୋଇପାରେ । ତେବେ ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭେଟିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେବା ପାଇଁ ଅଗଷ୍ଟ ୬ରେ ଦିଲ୍ଲୀ ଆସିପାରନ୍ତି । ତେବେ ତାଙ୍କର ଗସ୍ତକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କୌଣସି ସ୍ୱତନ୍ତ୍ର ବୈଠକକୁ ନେଇ ମଧ୍ୟ କିଛି ଚୂଡାନ୍ତ ହୋଇ ନାହିଁ । କିନ୍ତୁ ଯଦି ମମତା ବାନାର୍ଜୀ ଦିଲ୍ଲୀ ଗସ୍ତ କରି ବୈଠକରେ ଯୋଗ ଦିଅନ୍ତି, ତେବେ ରାଷ୍ଟ୍ରପତି ଭବନରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିପାରନ୍ତି ।