ବିଦ୍ୟୁତ ତାର ଛିଣ୍ଡି ୫ ମୃତ

ଫଳରେ ଘଟଣାସ୍ଥଳରେ ୫ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି….

ହାଇଦ୍ରାବାଦ : ଜଳସେଚନ ପ୍ରକଳ୍ପ କାମ ବେଳେ ଘଟିଲା ଅଘଟଣ । ବିଦ୍ୟୁତ ତାର ଛିଣ୍ଡି ଅକାଳରେ ଚାଲିଗଲା ୫ ଜୀବନ । ଏଭଳି ଏକ ଦୁଖଦ ଘଟଣା ଘଟିଛି ତେଲେଙ୍ଗାନାର ନାଗରକର୍ନୁଲ ଜିଲ୍ଲାରେ । ସୂଚନାଅନୁସାରେ, ନାଗରକର୍ନୁଲ ଜିଲ୍ଲାର ପାଲାମୁରୁ ଲିଫ୍ଟ ଜଳସେଚନ ପ୍ରକଳ୍ପ କାମ ଚାଲିଥିଲା । ଏକ କ୍ରେନ୍‌ ସାହାଯ୍ୟରେ ପମ୍ପ ହାଉସରୁ ଓହ୍ଲାଇଥିବା ବେଳେ ସଂପୃକ୍ତ ତାର ଛିଣ୍ଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ତେବେ ସମସ୍ତ ମୃତକ ବିହାର ହୋଇଥିବା ନେଇ ସୂଚନା ମିଳିଛ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଉଦ୍ଧାର କରି ହାଇଦ୍ରାବାଦର ଏକ ହସ୍ପିଟାଲକୁ ପଠାଇଛି ।