ବ୍ରାଜିଲରେ ପ୍ରଥମ ମଙ୍କିପକ୍ସ ସଂକ୍ରମିତ ମୃତ

ମଙ୍କିପକ୍ସ ହେବା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିଲା ଯାହା ତାଙ୍କର ମୃତ୍ୟୁ ଘଟିଛି…

ନୂଆଦିଲ୍ଲୀ: ବ୍ରାଜିଲରେ ଦେଶର ପ୍ରଥମ ମଙ୍କିପକ୍ସ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଯାହାକି ୟୁରୋପୀୟ ରାଷ୍ଟ୍ରରେ ପ୍ରଥମ ମଙ୍କିପକ୍ସ ଜନିତ ମୃତ୍ୟୁ ବୋଲି ସ୍ପେନ ସୁନିଶ୍ଚିତ କରିଥିଲା । ଏବେ ବ୍ରାଜିଲରେ ମଧ୍ୟ ଜଣେ ମଙ୍କିପକ୍ସ ସଂକ୍ରମିତ ଆଖି ବୁଜିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ବ୍ରାଜିଲ ମଙ୍କିପକ୍ସ ମୃତକ କ୍ୟାନ୍ସର ପୀଡିତ ଥିଲେ । ତାଙ୍କର ରୋଗ ପ୍ରତିରୋଧକ ସିଷ୍ଟମ ଦୁର୍ବଳ ଥିଲା । ସେ ବ୍ରାଜିଲର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ମଙ୍କିପକ୍ସ ହେବା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିଲା ଯାହା ତାଙ୍କର ମୃତ୍ୟୁ ଘଟିଛି । ବ୍ରାଜିଲରେ ମୋଟ ୯୭୮ଟି ମଙ୍କିପକ୍ସ ମାମଲା ରହିଥିବା ସୂଚନା ଦିଆଯାଇଛି ।